Sunday , June 13 2021
Breaking News
Home / ବିଶେଷ / ଖବରକାଗଜ  ହକରଙ୍କ ପରଲୋକ

ଖବରକାଗଜ  ହକରଙ୍କ ପରଲୋକ

କେନ୍ଦ୍ରାପଡ଼ା,୨୧/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ପଂଚାୟତର ଭରସିଂ ଗ୍ରାମର ସୁନାକର ପରିଡାଙ୍କର ୪୯ବର୍ଷ ବୟସରେ ଗୁରୁବାର ସକାଳୁ ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କ ମୃତୁ୍ୟ ଶଯ୍ୟା ନିକଟରେ ୧୧ବର୍ଷର ପୁଅ, ୧୫ବର୍ଷର ଝିଅ ଓ ପତ୍ନୀ ଉପସ୍ଥିତ ଥିଲେ । ସେ ଦୀର୍ଘ ୮ବର୍ଷ ହେବ ହୃଦରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ । ସେ ଗାଙ୍ଗପଡାର ଗୋଗୁଆଛକ ବସଷ୍ଟାଣ୍ଡରେ ଖବରକାଗଜ ହକର ଭାବେ ବହୁବର୍ଷ ଧରି କାର୍ଯ୍ୟ କରିଆସୁଥିଲେ । ସ୍ୱର୍ଗତ ପରିଡା ଜଣେ ଗରୀବ ଶ୍ରେଣୀର ଲୋକ ପରିବାରର ଏକମାତ୍ର  ରୋଜଗାର କ୍ଷମ ବ୍ୟକ୍ତି ହୋଇଥିବା ବେଳେ ତାଙ୍କ ବିୟୋଗ ପରେ ପରିବାର ସଦସ୍ୟମାନେ ଏକ ରକମ ଭାଙ୍ଗି ପଡିଥିବା ଦେଖାଯାଇଛି । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ମେଳାପି ଓ ବନ୍ଧୁ ବତ୍ସଳ ବ୍ୟକ୍ତି ଥିଲେ । ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ସ୍ଥାନୀୟ ସରପଂଚ ଙ୍କ ପ୍ରତିନିଧି  ଦିଲ୍ଲିପ କୁମାର ରାଉତ, ସାମ୍ବାଦିକ ତଥା ସମାଜସେବୀ ରଞ୍ଜନ କୁମାର ସାହୁ ଓ ଗ୍ରାମବାସୀଙ୍କ ସହଯୋଗରେ ଏହା ସମ୍ପନ୍ନ ହୋଇଥିଲା । ଏକଭଙ୍ଗା ଚାଳଛପର ଘରେ ତାଙ୍କ ପରିବାର ଜୀବନ ବିତାଉଥିବା ବେଳେ ତାଙ୍କ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ମହାପ୍ରଭୁ ତୁଳସୀକ୍ଷେତ୍ରାଧିପତି ଶ୍ରୀ ବଳଦବଜୀଉଙ୍କ ରଥଯାତ୍ରା ବନ୍ଦ କରିବା : ଜନଭାବନା ବିରୋଧି ଓ ଆଧାରହୀନ ନିଷ୍ପତି

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ରାଜ୍ୟ ସରକାର ମହପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଶ୍ରୀକ୍ଷେତ୍ର ପୁରୀରେ ହେବ ବୋଲି ଘୋଷଣା …

Leave a Reply

Your email address will not be published. Required fields are marked *