Wednesday , June 16 2021
Breaking News
Home / ସ୍ୱାସ୍ଥ୍ୟ / କ୍ଲିନିକାଲ ଏଷ୍ଟାବ୍ଲିସମେଂଟ ଆକ୍ଟରେ ସହରର ବିଭିନ୍ନ ଅଲଟ୍ରାସାଉଣ୍ଡ ଓ ନର୍ସିଂହୋମ ଉପରେ ଚଢାଉ

କ୍ଲିନିକାଲ ଏଷ୍ଟାବ୍ଲିସମେଂଟ ଆକ୍ଟରେ ସହରର ବିଭିନ୍ନ ଅଲଟ୍ରାସାଉଣ୍ଡ ଓ ନର୍ସିଂହୋମ ଉପରେ ଚଢାଉ

କେନ୍ଦ୍ରାପଡା ୨୭/୦୮/୨୦୧୯(ଓଡ଼ିଶା ସମାଚାର)- କ୍ଲିନିକାଲ ଏଷ୍ଟାବ୍ଲିସମେଂଟ ଆକ୍ଟ ଅନୁଯାଇ ମଙ୍ଗଳବାର ପୂର୍ବାହ୍ନରେ କେନ୍ଦ୍ରାପଡା ସହରର ବିଭିନ୍ନ ଅଲଟ୍ରାସାଉଣ୍ଡ,ପାଥୋଲାବ ଓ ନର୍ସିଂହୋମ ଉପରେ ଚଢାଉ କରାଯାଇଥିଲା  ।  ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର, ଅତିରିକ୍ତ ଜିଲ୍ଲା ଚିକିସôା ଅଧିକାରୀ(ମେଡିକାଲ) ଡା.କିଶୋର ଚନ୍ଦ୍ର ଆଚାର୍ଯ୍ୟ, ଡ୍ରଗ ଇନିସପେକ୍ଟର ମନ୍ୱସ୍ୱୀନୀ ବିଶ୍ୱାଳ,କେନ୍ଦ୍ରାପଡା ତହସିଲଦାର ହେମଲତା ବାହାଲିଆ ପ୍ରମୁଖ ହେଲଥକେଆର,ସାଇ ଓ ସୂର୍ଯ୍ୟ ନର୍ସିଂହୋମ ସମେତ ପଣ୍ଡା ଲାବୋରେଟୋରୀ,ଲାଇଫ ଲାଇନ ଓ ବିଭିନ୍ନ ପାଥୋଲାବ ଉପରେ ଚଢାଉ କରି ସେମାନଙ୍କ କାଗଜପତ୍ର ଯାଂଚ କରିବା ସହିତ ସେମାନଙ୍କ ନିକଟରେ ଆବଶ୍ୟକ ଲାଇସେନନ୍ସ ଅଛିକି ନାହିଁ  ତାହା ମଧ୍ୟ ତନଖି କରିଥିଲେ । ମୁଖ୍ୟତଃ ମେଡିକାଲ ପାଖରେ ଥିବା  ଏହିସବୁ ଅନୁଷ୍ଠାନ ଉପରେ ଚଢାଉ କରାଯାଇଥିଲା । ଆଗାମୀ ଦିନରେ ଅନ୍ୟ ପାଥୋଲାବ,ଅଲଟ୍ରାସାଉଣ୍ଡ ଓ ନର୍ସିଂହୋମ ଉପରେ ଚଢାଉ କରାଯିବ ବୋଲି  ଉପଜିଲ୍ଲାପାଳ ଶ୍ରୀ ମହାପାତ୍ର  ସୂଚନା ଦେଇଛନ୍ତି ।  ଚଢାଉକରାଯାଇଥିବା ସଂସ୍ଥା ଗୁଡିକୁ ୧୫ଦିନିଆ ନୋଟିସ ପ୍ରଦାନ କରାଯାଇଛି ଯେ ଯେଉଁମାନଙ୍କ ପାଖରେ ଆବଶ୍ୟକ ଲାଇସେନ୍ସ ନାହିଁ ବା ଅନ୍ୟ କୈାଣସି  ଉପଯୁକ୍ତ  ଯନ୍ତ୍ର୍ରାଂସ ନାହିଁ  ସେମାନେ ସେସବୁକୁ ୧୫ଦିନରୁ ଏକମାସ ମଧ୍ୟରେ ହାସଲ କରିବେ  ନଚେତ ସେମାନଙ୍କ ସଂସ୍ଥାକୁ ଆଇନ ଅନୁଯାଇ ବନ୍ଦ କରିଦିଆଯିବ ବୋଲି  ଉପଜିଲ୍ଲାପାଳ ଶ୍ରୀ ମହାପାତ୍ର କହିଛନ୍ତି ।  ଚଢାଉ ସମୟରେ ଟାଉନ ଥାନା ଏ.ଏସ.ଆଇ.ଶରତ ଚନ୍ଦ୍ର ବାରିକଙ୍କ ସମେତ ପୋଲିସ ଫୋର୍ସ ଚଢାଉସ୍ଥାନ ଗୁଡିକରେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ – ୪୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)-  ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *