Sunday , June 13 2021
Breaking News
Home / ବ୍ୟବସାୟ ବାଣିଜ୍ୟ / କ୍ରମାଗତ  ଚତୃର୍ଥ ବର୍ଷରେ ପାରାଦ୍ୱୀପ ବନ୍ଦରର ୧୦୦ଏମଏମଟି ପଣ୍ୟ କାରବାର

କ୍ରମାଗତ  ଚତୃର୍ଥ ବର୍ଷରେ ପାରାଦ୍ୱୀପ ବନ୍ଦରର ୧୦୦ଏମଏମଟି ପଣ୍ୟ କାରବାର

ପାରାଦୀପ ,୨୨/୦୨/୨୦୨୧ (ଓଡ଼ିଶା ସମାଚାର)- ପାରାଦୀପ ବନ୍ଦର କ୍ରମାଗତ ଚତୃର୍ଥ ବର୍ଷରେ ୧୦୦  ମିଲିୟନ୍ ମେଟ୍ରିକ ଟନ (ଏମଏମଟି) ପଣ୍ୟ କାରବାର କରି ଏକ କିର୍ତୀମାନ ସ୍ଥାପନ କରିଛି । କୋଭିଡ ୧୯ ସଙ୍କଟ ସତ୍ୱେ, ଏହା ପୁଣି ଥରେ ୧୦୦ ଏମଏମଟିର ଲକ୍ଷ୍ୟ ଅତିକ୍ରମ କରି ଚଳିତ ଆର୍ଥିକ ବର୍ଷ ଫେବୃଆରୀ ୨୧ ତାରିଖ ମଧ୍ୟରେ ୧୦୦.୩୦ ଏମଏମଟିର ପଣ୍ୟ କାରବାର କରି ପୂନର୍ବାର ୧୦୦ ମିଲିୟନ କ୍ଲବରେ ସାମିଲ ହୋଇଛି । ବନ୍ଦରର ୨ଟି ବର୍ଥ ଯାନ୍ତ୍ରିକରଣ କାର୍ଯ୍ୟ ହେତୁ ଅଚଳ ଏବଂ କୋଭିଡ-୧୯ ସଙ୍କଟ ସତ୍ୱେ ଏହି କିର୍ତୀମାନ ସ୍ଥାପିତ ହୋଇ ପାରିଛି । ଉପରୋକ୍ତ କ୍ରିର୍ତୀମାନ ପାଇଁ  ବନ୍ଦର ଅଧ୍ୟକ୍ଷ ବିନିତ କୁମାର ଉପଭୋକ୍ତା ଶିଳ୍ପ, ଷ୍ଟିଭେଡରସ୍, ଷ୍ଟିମର ଏଜେଂଟ ପ୍ରମୁଖଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏତଦ୍ ବ୍ୟତୀତ ବନ୍ଦର କର୍ମଚାରୀ, ଅଧିକାରୀ, କେନ୍ଦ୍ର ବନ୍ଦର, ଜଳପଥ ଓ ପରିବହନ ଓ ମନ୍ତ୍ରାଳୟ ଓଡିଶା ରାଜ୍ୟ ସରକାର, ଭାରତୀୟ ରେଳ, କନଷ୍ଟ୍ରକସନ, ଇମିଗ୍ରେସନ ବିଭାଗ, ଡଗ ସେପ୍ଟି, ଏମଏମଡି ଏବଂ ସମସ୍ତ ସେବା ପ୍ରଦାନକାରୀ, ଟରମିନାଲ ଅପରେଟର୍ସ ପ୍ରମୁଖ ସେମାନଙ୍କର ସହେଯାଗ ପାଇଁ ଅଧ୍ୟକ୍ଷ ଶ୍ରୀ ବିନିତ କୁମାରଙ୍କୁ ପ୍ରସଂଶା କରିବା ସହ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ଆଲୁମିନିୟମ ପକ୍ଷରୁ ବ୍ୟବସାୟିକ ଅଂଶୀଦାର କର୍ମଚାରୀଙ୍କ ପାଇଁ କୋଭିଡ୍ କବଚ ଟର୍ମ ବୀମା ଘୋଷଣା

ଭୁବନେଶ୍ୱର,୧୭/୦୫/୨୦୨୧(ଓଡ଼ିଶା ସମାଚାର)-ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ତଥା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍ ପକ୍ଷରୁ …

Leave a Reply

Your email address will not be published. Required fields are marked *