Tuesday , June 15 2021
Breaking News
Home / ବିଶେଷ / କୌଶଳ ନିଯୁକ୍ତି ମେଳା ଉଦଯାପିତ

କୌଶଳ ନିଯୁକ୍ତି ମେଳା ଉଦଯାପିତ

ଗରଦପୁର, ୦୧/୦୭/୨୦୧୯ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ର କୋରୁଆସ୍ଥିତ ପଲ୍ଲୀଶ୍ରୀ ଅଫିସ୍ ପ୍ରାଙ୍ଗଣରେ କେନ୍ଦ୍ରାପଡ଼ାର କର୍ପୋରେଟ୍ ଟ୍ରାନ୍ଯାକ୍ସନ୍ ଆଡ୍ଭାଇଜରି (ସିଟିଏ) ତରଫରୁ କୌଶଳ ନିଯୁକ୍ତି ମେଳା ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ଶିବ ପ୍ରସାଦ ପାଢି ସଭାପତିତ୍ୱ କରିଥିଲେ । ଜିଲାପରିଷଦ ସଭ୍ୟା ଅହଲ୍ୟା ଲେଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଜନହିତରେ କରାଯାଇଥିବା କାର୍ଯ୍ୟକ୍ରମମାନଙ୍କ ମଧ୍ୟରୁ ଏହି ସ୍କିଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ନିଆରା ବୋଲି କହିଥିଲେ । ଅତିଥି ଭାବେ ସରପଂଚ ପ୍ରକାଶ ସାହୁ, ସାମ୍ବାଦିକ ଶ୍ରୀକାନ୍ତ ନାୟକ, ଶିକ୍ଷକ ଶୁଶାନ୍ତ ଗ୍ରହାଚାର୍ଯ୍ୟ, ଅମୀୟ ରଞ୍ଜନ ବାରିକ, ଲଳିତ କୁମାର ଶତପଥୀ, ତପନ କୁମାର ନାୟକ ଯୋଗ ଦେଇ ଥିଲେ । ବିଭିନ୍ନ ସଂସ୍ଥାର ନିଯୁକ୍ତିଦାତା ଅଂଶଗ୍ରହଣ କରି ସାକ୍ଷାତକାର ମାଧ୍ୟମରେ ପ୍ରାୟ ୫୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କୁ ମନୋନୀତ କରିଥିଲେ । ଶେଷରେ ଅନୁଷ୍ଠାନର ପ୍ରଶିକ୍ଷକ କୃାସିନ୍ଧୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲାବେଳେ ରୁଦ୍ରନାରାୟଣ ଶତପଥୀ, ଲିୁନ୍ ନାୟକ, ସାଗର ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *