Sunday , June 13 2021
Breaking News
Home / ତାଜା ଖବର / କୋର୍ଟ ଭ୍ୟାନ ରୁ ଡେଇଁ ଦୁଷ୍କର୍ମ ଅଭିଯୁକ୍ତ ଚମ୍ପଟ୍

କୋର୍ଟ ଭ୍ୟାନ ରୁ ଡେଇଁ ଦୁଷ୍କର୍ମ ଅଭିଯୁକ୍ତ ଚମ୍ପଟ୍

ନୟାଗଡ଼,୧୦/୦୮/୨୦୧୯(ଓଡ଼ିଶା ସମାଚାର)- ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫହୋଇ ବିଚାର ବିଭାଗୀୟ ହାଜତରେ ଥିବା ଅଭିଯୁକ୍ତକୁ କୋର୍ଟରେ ହାଜର ପାଇଁ ନିଆଯାଉଥିବା ବେଳେ ପୋଲିସକୁ ଚକମା ଦେଖାଇ ସେ ଭ୍ୟାନରୁ ଡେଇଁ ଚମ୍ପଟ୍ ମାରିଛି । ଏପରି ଘଟଣା ଘଟିଛି ନୟାଗଡ ଼ଜିଲ୍ଲାରେ । ସମ୍ପୃକ୍ତ ଅଭିଯୁକ୍ତ ଏହାପୂର୍ବରୁ ଦୁଇଥର ଚମ୍ପଟ୍ ମାରି ପୋଲିସ ହାତରେ ଧରାପଡିଥିଲା । ଏହା ସତ୍ୱେ ତାକୁ କୋର୍ଟକୁ ନେବାବେଳେ ସତର୍କତା ଅବଲମ୍ବନ କରାଯାଇନଥିଲା । ଘଟଣାରୁ ପ୍ରକାଶ ଯେ, ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଅଭିଯୁକ୍ତ ତପନ ରାଉତ ଖଣ୍ଡପଡ଼ା ଜେଲ ରେ ଥିଲା । ତାକୁ ଭାପୁର ଜେଏମଏଫସି କୋର୍ଟରେ ହାଜର କରିବା ପାଇଁ ଭ୍ୟାନ୍ ରେ ନିଆଯାଉଥିଲା । ହାତରେ ହ୍ୟାଣ୍ଡକଫ ପଡିଥିବା ସତ୍ୱେ ଅଭିଯୁକ୍ତ କୋର୍ଟ ଭ୍ୟାନ ରୁ ଡେଇଁ ଚମ୍ପଟ୍ ମାରିଥିଲା । ପୋଲିସ କିଛିବୁଝିବା ପୂର୍ବରୁ ତପନ ସେଠାରୁ ଫେରାର ହୋଇଯାଇଥିଲା । ଘଟଣାପରେ ଅଭିଯୁକ୍ତକୁ ଧରିବାକୁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରୀ ରହିଛି । ପ୍ରକାଶ ଥାଉ କି, ଅଭିଯୁକ୍ତ ତପନ ଏହା ପୂର୍ବରୁ ୨ ଥର ଖଣ୍ଡପଡ଼ା ଜେଲ ରୁ ଖସି ଯାଇଥିଲା । କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୨ ଜଣ ୱାର୍ଡ଼ର ମଧ୍ୟ ନିଲମ୍ବିତ ହୋଇଥିଲେ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୬,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୦/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୬,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *