Sunday , June 13 2021
Breaking News
Home / ତାଜା ଖବର / କୋଭିଡ଼ ହସପିଟାଲ ରେ କାର୍ଯ୍ୟରତ ଡ଼ାକ୍ତରଙ୍କ ଅସ୍ୱାଭାବିକ ମୃତ୍ୟୁ

କୋଭିଡ଼ ହସପିଟାଲ ରେ କାର୍ଯ୍ୟରତ ଡ଼ାକ୍ତରଙ୍କ ଅସ୍ୱାଭାବିକ ମୃତ୍ୟୁ

କେନ୍ଦୁଝର୦୬/୧୨/୨୦୨୦ (ଓଡ଼ିଶା ସମାଚାର)- କେନ୍ଦଝର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ତିଆ ନିକଟସ୍ଥ ହୋଟେଲ ପ୍ରିନ୍ସ ୩୦୬ନଂ ରୁମ ଭିତ଼ରେ ଜଣେ କୋଭିଡ଼ ଡାକ୍ତରଙ୍କ ମୃତ ଦେହ ପୁଲିସ ଜବତ କରିଛି । ମୃତକ ଡାକ୍ତର ଜଣଙ୍କ ହେଉଛନ୍ତି ଜାମଦା ଗ୍ରାମର ଆଶା ଚରଣ ମାଝି(୫୫)। ସେ ରାଙ୍କି ସ୍ଥିତ କୋଭିଡ଼ ଡ଼ାକ୍ତରଖାନାରେ କାର୍ୟ୍ୟରତ ଥିଲେ। ଆଜି ସେ ହୋଟେଲ ଭିତରେ କବାଟ ଖୋଲି ଶୋଇଥିଲେ। ତାଙ୍କୁ କର୍ମଚାରୀମାନେ ଉଠିବାକୁ ଆନେକ ଥର ଡ଼ାକିଥିଲେ ମଧ୍ୟ ସେ ଶୁଣି ନଥିଲେ। ହୋଟେଲ ମାଲିକ ଟାଉନ ଥାନା କୁ ଖବର ଦେବାରୁ ପୁଲିସ ଆସି ତଦନ୍ତ କରିଥିଲା। ସେତେବେଳକୁ ଶ୍ରୀ ମାଝିଙ୍କ ମୃତ୍ୟୁ ଘଟି ସାରିଥିଲା। ଏନେଇ ପୁଲିସ ଏକ କେସନଂ(୧୩୫/୨୦)ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ପରେ ତାଙ୍କ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତାଙ୍କ ମୃତ୍ୟୁ ସମ୍ପର୍କରେ ସତ୍ୟସତ୍ୟ ଜଣାପଡିବ । ତେବେ ମୃତ ଦେହ ନିକଟରେ ମଦ ବୋତଲ ଓ ଅନ୍ୟ କିଛି ଆପତି ଜନକ ପଦାର୍ଥ ଦେଖାଯାଇଥିଲା । ଅତିରିକ୍ତ ମଦ୍ୟପାନ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । କିମ୍ବା ବିଷାକ୍ତ ମଦ୍ୟପାନ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୬,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୦/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୬,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *