Thursday , August 5 2021
Breaking News
Home / ବିଶେଷ / କୋଭିଡ଼ କଟକଣା ଉଲଂଘନ କରି ୨ଟି  ଦୋକାନ ସିଲ

କୋଭିଡ଼ କଟକଣା ଉଲଂଘନ କରି ୨ଟି  ଦୋକାନ ସିଲ

 କେନ୍ଦ୍ରାପଡ଼ା,୦୭୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ପୈାରାଂଚଳ ଅନ୍ତର୍ଗତ ଗୋକୁଳଚନ୍ଦ୍ର  ସଙ୍ଗୀତ ସ୍କୁଲ ଛକ ନିକଟରେ ଥିବା ୨ଟି ଦୋକାନକୁ  କୋଭିଡ-୧୯ କଟକଣା ଉଲଂଘନ ଅଭିଯୋଗରେ କେନ୍ଦ୍ରାପଡ଼ା ଟାଉନ ଥାନା ପୋଲିସ ପକ୍ଷରୁ ସିଲ କରାଯାଇଛି । ଏକ ବିଶେଷ ସୂତ୍ରରୁ ଖବରପାଇ ଟାଉନ ଥାନା ଏସଆଇ ସୌମ୍ୟରଞ୍ଜନ ଜାଲି  ପୋଲିସ ଫୋର୍ସ ସହିତ ସେଠାରେ ପହଂଚିି କରୋନା କଟକଣା ଉଲଂଘନ କରି ଦୋକାନ ୨ଟି ଆଗରେ ସଟର ପକାଇ ପଛରେ ବିକ୍ରି କରୁଥିବାର ଦେଖିଥିଲେ । ସରକାରଙ୍କ ନିୟମ  ଅନୁଯାୟୀ ସକାଳ ୬ଟାରୁ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲି ବିକ୍ରି କରି ପାରିବେ । ହେଲେ ଏହି ଦୁଇ ଦୋକାନୀ(ଏକ ଚପଲ ଦୋକାନ ଓ ଏକ ଡ୍ରେସ ଦୋକାନ) ସନ୍ଧ୍ୟାରେ ବିକ୍ରି କରୁଥିଲେ । ତେଣୁ ଉଭୟ ଦୋକାନକୁ ସିଲ କରାଯାଇଛି ଓ ସେହି ଦୋକାନୀ ୨ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବ ବୋଲି ଏସଆଇ ଶ୍ରୀ ଜାଲି କହିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ତିନି ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାନ ବାହାନ ଚଳାଚଳ ବନ୍ଦ ରହିବ

ଭୁବନେଶ୍ୱର,୦୪/୦୮/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ଆଜି ଠାରୁ ଆସନ୍ତା ତିନି ମାସ …

Leave a Reply

Your email address will not be published. Required fields are marked *