Sunday , June 13 2021
Breaking News
Home / ବିଶେଷ / କୋଭିଡ ଯୋଦ୍ଧା ସାମ୍ବାଦିକଙ୍କୁ ଟୀକା ପ୍ରଦାନ ପାଇଁ ଦାବି

କୋଭିଡ ଯୋଦ୍ଧା ସାମ୍ବାଦିକଙ୍କୁ ଟୀକା ପ୍ରଦାନ ପାଇଁ ଦାବି

ସାଲେପୁର /ମାହାଙ୍ଗା ୦୬/୦୩/୨୦୨୧ (ଓଡିଶା ସମାଚାର /ଅଭୟ ଜେନା ) — କରୋନା ମହାମାରୀଙ୍କୁ ଭ୍ରୁକ୍ଷେପ ନକରି ସମ୍ମୁଖ ଭାଗରେ ରହି ଲଢେଇ କରୁଥିବା ସାମ୍ବାଦିକ ମାନଙ୍କୁ ସରକାର କେବଳ କରୋନା ଯୋଦ୍ଧା ଭାବେ ସ୍ୱୀକୃତି ଦେଇ ନିଜ ଦାୟୀତ୍ୱ ସାରିଦେଲେ ହେବନାହିଁ । ରାଜ୍ୟର ସମସ୍ତ ସାମ୍ବାଦିକ ମାନଙ୍କୁ କୋଭିଡ ଟୀକା ପ୍ରଦାନ ଉପରେ ଗୁରୁତ୍ୱ ଦେବାକୁ ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ କଟକ ଜିଲ୍ଲା ପକ୍ଷରୁ ଦୃଢ ଦାବି ହୋଇଛି ।
କଟକ ଜିଲ୍ଲାରେ କାର୍ୟ୍ୟରତ ସମସ୍ତ ସାମ୍ବାଦିକ ମାନଙ୍କୁ ମାଗଣାରେ ଏହି କୋଭିଡ ଟୀକା ପ୍ରଦାନ ନିମନ୍ତେ ଜିଲ୍ଲା ଏସୟୁଜେ ସଭାପତି ସାମ୍ବାଦିକ ଅଖିଳେଶ ମହାନ୍ତି, ଉପସଭାପତି ରମେଶ ପ୍ରଧାନ,ରଘୁନାଥ ଆଚାର୍ୟ୍ୟ, ଯୁଧିଷ୍ଠିର କୁଣ୍ଡୁ, ଦେବଦତ୍ତ ମଳୟ କୁମାର ବରାଳ,ଅଭୟ ଜେନା, ରତ୍ନାକର ବାରିକ,ତାରାକାନ୍ତ ନାୟକ ଅରବିନ୍ଦ ଭୂୟାଁ,ଶିଶିର ଦାଶ ,ସନ୍ତୋଷ ବାରିକ, ସୁବାଶିଷ ବସନ୍ତରାୟ, ବିଜୟ ଜେନା, ସୁରେଶ ବଳ,ଗୌର ଚନ୍ଦ୍ର ସାହୁ,ବିବେକାନନ୍ଦ ଦାସ, ଶଶୀଭୁଷଣ ଷଢଙ୍ଗୀ,ପ୍ରଦୀପ୍ତ ମିଶ୍ର, ବିଭୁତି ଖଟୁଆ, ଧନେଶ୍ୱର ସେଠୀ, ବସନ୍ତ ସାମଲ,ରଶ୍ମି ରଞ୍ଜନ ମହାନ୍ତି, ଅଚ୍ୟୁତାନନ୍ଦ ନାୟକ, ଅରୁଣ ଲେଙ୍କା, ତୁଷାରଜ୍ୟୋତି ନାୟକ,ଅକ୍ଷୟ ଦାଶ, ମୀନକେତନ ଦାଶ, ସ୍ବଦେଶ ରଞ୍ଜନ, ପ୍ରକାଶ ରାଉଳ, ରମେଶ ଜେନା ଦିବାକର ରାଉତ,ଦୀପକ ଷଡ଼ଙ୍ଗୀ, ନାରାୟଣ ଭୂୟାଁ ମହେଶ୍ୱର ବେହେରା, ହରିହର ସାହୁ, ଯଯାତି ସିଂ,ରଞ୍ଜନ ବାରିକ, ଅଭିମନ୍ୟୁ ନାୟକ, ସଂଯୁକ୍ତା ସାହୁ, ପ୍ରମୁଖ ବହୁ ସାମ୍ବାଦିକ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *