Sunday , August 1 2021
Breaking News
Home / ବିଶେଷ / କୋଭିଡ ଯୋଗୁଁ ଶ୍ରୀବଳଦେବଜୀଉଙ୍କ ମନ୍ଦିରକୁ ସାଧାରଣ ପ୍ରବେଶ ଉପରେ କଟକଣା

କୋଭିଡ ଯୋଗୁଁ ଶ୍ରୀବଳଦେବଜୀଉଙ୍କ ମନ୍ଦିରକୁ ସାଧାରଣ ପ୍ରବେଶ ଉପରେ କଟକଣା

କେନ୍ଦ୍ରାପଡ଼ା, ୦୬/୦୫/୨୦୨୧(ଓଡ଼ିଶା ସମାଚାର)- କରୋନା ଦ୍ୱିତୀୟ ଲହର ସଂକ୍ରମଣକୁ ଦୃଷ୍ଟିରେ ରଖାଯାଇ କେନ୍ଦ୍ରାପଡାର ପ୍ରସିଦ୍ଧ ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିର ଭିତରକୁ ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଶ୍ରୀବଳଦେବଜୀଉ ଦେବୋତରସଂସ୍ଥାର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ କହିଛନ୍ତି ଯେ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ମୁଖ୍ୟ ଶାସନ ସଚିବଙ୍କ ଆଦେଶ ଅନୁଯାଇ ମଇଁମାସ ୫ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ତାଲାବନ୍ଦ ଘୋଷଣା କରାଯାଇଥିବାରୁ ଶ୍ରୀଜୀଉଙ୍କମନ୍ଦିର ଭିତରକୁ ଦର୍ଶନ ନିମନ୍ତେ ସର୍ବସାଧାରଣ ଭକ୍ତଙ୍କ ପ୍ରବେଶକୁ ନିଷେଧ କରାଯାଇଛି । କିନ୍ତୁ ଶ୍ରୀଜୀଉଙ୍କ ଦୈନିକ ନୀତିକାନ୍ତି ନିମନ୍ତେ ନିୟୋଜିତ ସେବକ ଓ କର୍ମଚାରୀମାନେ ମନ୍ଦିର ଭିତରକୁ ଯାଇପାରିବେ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ପତ୍ରୀ ସୂଚନା ଦେଇଛନ୍ତି । ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ଆଦେଶ ବଳବତର ରହିବ । ଓଡ଼ିଶା ସମାଚାର

About admin

Check Also

ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଗ୍ରାମାଂଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ୩ ଡି ଇ-ପାଠାଗାର

କେନ୍ଦ୍ରାପଡ଼ା, ୦୧/୦୮/୨୦୨୧(ଓଡ଼ିଶା ସମାଚାର)- ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଆଉ ସହରକୁ ପାଠ ପଢିବା ପାଇଁ ନଯାଇ ଗ୍ରାମାଂଚଳରେ ସେହି …

Leave a Reply

Your email address will not be published. Required fields are marked *