Thursday , August 5 2021
Breaking News
Home / ବିଶେଷ / କୋଭିଡ କଟକଣା ଯୋଗୁଁ ସ୍ଥଗିତ ହେଲା ଜନାର୍ଦନପୁର ପ୍ରସିଦ୍ଧ  ଶନିଶ୍ଚର ମହାଯଜ୍ଞ ଓ ଯାତ୍ର।

କୋଭିଡ କଟକଣା ଯୋଗୁଁ ସ୍ଥଗିତ ହେଲା ଜନାର୍ଦନପୁର ପ୍ରସିଦ୍ଧ  ଶନିଶ୍ଚର ମହାଯଜ୍ଞ ଓ ଯାତ୍ର।

ନିଶ୍ଚିନ୍ତକୋଇଲି ,୨୨/୦୫/୨୦୨୧(ଓଡିଶା ସମାଚାର/ ଅଭୟ ଜେନା ) – ଓଡିଶା ର ପ୍ରସିଦ୍ଧ ଶନିଶ୍ଚର  ପୀଠ କଟକ ସଦର ନିର୍ବାଚନ ମଣ୍ଡଳୀ ର ଜନାର୍ଦନପୁର ରେ  ଶନିଶ୍ଚର ମହାଯଜ୍ଞ ଓ ଯାତ୍ରା କୁ କରୋନା ମହାମାରୀ ର କଟକଣା ଯୋଗୁ ଚଳିତବର୍ଷପାଇଁ ବାତିଲ କରାଯାଇଛି।ପ୍ରତିବର୍ଷ ଏହି ଦିନ ଏହି ସ୍ଥାନରେ ଓଡିଶା ର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ଙ୍କର ସମାଗମ ହୋଇଥାଏ।ଭକ୍ତ ମାନେ ନିଜର ମନୋବାଞ୍ଛା ପୂରଣ ନିମନ୍ତେ ଚିତ୍ରୋତ୍ପଳା ନଦୀରୁ କଳସୀରେ ଜଳଆଣି ଶନିଦେବ ଙ୍କ ମସ୍ତକରେ ଢାଳିଥାନ୍ତି।ଏଠାରେ ବଡ ଧାରଣ ର ଯାତ୍ରା ଓ ମେଳା ଅନୁଷ୍ଠିତ  ହୋଇଥାଏ।ଶହ ଶହ  ସଂଖ୍ୟାରେ ଦୋକାନ ବଜାର ଖୋଲାଯାଇ କିଣାବିକା ହୋଇଥାଏ।ବିଭିନ୍ନ ଅପେରା ଦଳ ପକ୍ଷରୁ ଯାତ୍ରା ପରିବେଷଣ କରାଯାଇଥାଏ।ମାତ୍ର କୋଭିଡ କଟକଣା ପାଇଁ ଗତ ଦୁଇ ବର୍ଷ ହେବ ଏସବୁ କୁ ବନ୍ଦ ରଖାଯାଇଛି।ଚଳିତ ବର୍ଷ କେବଳ ବିଧିରକ୍ଷା ପାଇଁ ଜଣେମାତ୍ର ପୂଜକ ଙ୍କୁ ନେଇ ପୂଜାର୍ଚ୍ଚନା କରାଯାଉଥିବା  ମିନ୍ଦିରକମିଟି ର କର୍ମକର୍ତ୍ତା ପ୍ରକାଶ  କରିଛନ୍ତି। ଓଡିଶା ସମାଚାର

About admin

Check Also

କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ତିନି ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାନ ବାହାନ ଚଳାଚଳ ବନ୍ଦ ରହିବ

ଭୁବନେଶ୍ୱର,୦୪/୦୮/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ଆଜି ଠାରୁ ଆସନ୍ତା ତିନି ମାସ …

Leave a Reply

Your email address will not be published. Required fields are marked *