Saturday , July 31 2021
Breaking News
Home / ବିଶେଷ / କୋଭିଡ୍ ସ୍ଥିତି ଓ ପରିଚାଳନା ସମୀକ୍ଷା କଲେ କେନ୍ଦ୍ରୀୟ ଟିମ୍

କୋଭିଡ୍ ସ୍ଥିତି ଓ ପରିଚାଳନା ସମୀକ୍ଷା କଲେ କେନ୍ଦ୍ରୀୟ ଟିମ୍

ପାରାଦୀପ ୦୭/୦୭/୨୦୨୧(ଓଡ଼ିଶା ସମାଚାର)- କୋଭିଡ୍-୧୯ ସ୍ଥିତି ଓ ପରିଚାଳନା ସମୀକ୍ଷା ପାଇଁ ଏକ ଦୁଇ ଜଣିଆ କେନ୍ଦ୍ରୀୟ ଟିମ ସୋମବାର ଦିନ ଓଡିଶାରେ ପହଁଚିଥିଲେ । ଏହି ଦୁଇ ଜଣିଆ ଟିମର ଡା. ଶିବାନୀ ଦ ଓ ଡା. ଏ. ଡାନ୍ ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଶାନ୍ତ ରାଘବ ମହାପାତ୍ର ସହ ଜଗତ୍ସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପାରାଦୀପ କୋଭିଡ୍ ଚିକିତ୍ସାଳୟ ପରିଦର୍ଶନ କରି ସ୍ଥିତିର ସମିକ୍ଷା କରିଥିଲେ । ଏହି ଟିମ୍ ତାଙ୍କ ସମୀକ୍ଷାରେ ଜଗତ୍ସିଂହପୁର ଜିଲ୍ଲାରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ ଥିବା ସୂଚନା ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟା ପଣ୍ଡା ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ଜିଲ୍ଲାରେ କୋଭିଡ୍ ପରିଚାଳନାକୁ ନେଇ କମିଟି ସନ୍ତୋଷ ପ୍ରକାଶ କରିଥିଲେ । ତେବେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମୁଖ୍ୟ ଚିକିତ୍ସାଳୟ ଏବଂ କୋଭିଡ୍ ଚିକିତ୍ସାଳୟରେ ଅଧିକ ଅଭିଜ୍ଞ ଡାକ୍ତର ଆବଶ୍ୟକତା ଥିବାର କମିଟି ପାଖରେ ପ୍ରସ୍ଥାବ ରଖିଥିଲେ । ଓଡ଼ିଶା ସମାଚାର

About admin

Check Also

ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଚିକିତ୍ସାଧିନ ଶ୍ରମିକଙ୍କୁ ସହାୟତା

କେନ୍ଦ୍ରାପଡ଼ା, ୩୧/୦୭/୨୦୨୧(ଓଡ଼ିଶା ସମାଚାର)- ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା …

Leave a Reply

Your email address will not be published. Required fields are marked *