Sunday , August 1 2021
Breaking News
Home / ବିଶେଷ / କୋଭିଡ଼ ନିୟମ ଭଲଙ୍ଘନ : ଭୋଜି ରାନ୍ଧି ୨୦ ହଜାର ଜୋରିମାନା ଦେଲେ 

କୋଭିଡ଼ ନିୟମ ଭଲଙ୍ଘନ : ଭୋଜି ରାନ୍ଧି ୨୦ ହଜାର ଜୋରିମାନା ଦେଲେ 

 ବାଲିଗୁଡା,୨୬/ ୦୫/୨୧(ଓଡିଶା ସମାଚାର/  ସଞ୍ଜୟ କୁମାର ପାଣିଗ୍ରାହୀ): କୋଭିଡ ନିୟମ ଉଲ୍ଲଘଂନ ଲଙ୍ଘନ  କରି ବିବାହ ଉତ୍ସବ କରି ଭୋଜି ରାନ୍ଧି ଶେଷରେ ୨୦ ହଜାର ଟଙ୍କା ତଣ୍ଡ ଗଣିଥିବା ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଳକର ବପଲମେଣ୍ଡି ପଞ୍ଚାୟତର ସିର୍କାକୁଟି ଗ୍ରାମରେ।

କୋଭିଡ଼ ନିୟମକୁ ଫୁ କରି ଏହି ଗ୍ରାମରେ ବିନା ଅନୁମତିରେ ବିବାହ ଉତ୍ସବ ଆୟୋଜନ କରି ଭୋଜିରନ୍ଧା ଚାଲିଥିଲା। ବହୁ ବନ୍ଧୁ ପରିଜନ ସାଙ୍ଗସାଥି ଯୋଗ ଦେଇଥିଲେ। ତେବେ କୌଣସି ସୁତ୍ରରୁ ଖବର ପାଇ ଚକାପାଦ ତହସିଲଦାର ମଧୁସ୍ମିତ ବେହେରା, ବିଡିଓ ଅନୀଲ କୁମାର ପଟନାୟକ, ଲାଲନପଡ଼ା ପାଣ୍ଡି ପୋଲିସ ମିଳିତଭାବେ ଚଢାଉ କରି ସେଠାରେ ଭୋଜି ଚାଲିଥିବା ଦେଖିଥିଲେ । ଏନେଇ ଭୋଜି କର୍ତ୍ତା ବାଞ୍ଛାନିଧି କହଁରଙ୍କୁ ତାଗିଦ କରିବା ସହ ତାଙ୍କଠାରୁ ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ । ଏତେ ସଚେତନତା ସତ୍ଵେ କିଛି ଅମାନିଆ ଲୋକେ କୋଭିଡ଼ନିୟମ ଉଲଙ୍ଘନ କରୁଛନ୍ତି ଆଉ ସେମାନଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଇଛି ବୋଲି ଚକାପାଦ ବିଡିଓ ଅନିଲ ପଟ୍ଟନାୟକ କହିଛନ୍ତି । ସେହିପରି ଲୋକଙ୍କୁ ମIସ୍କ ପିନ୍ଧିବା ସହ ସାନିଟାଇଜ ବ୍ୟବହାର କରିବା ଓ ବଜାରରେ ସାମାଜିକ ଦୁରତା ରକ୍ଷାକରିବା ଲାଗି ପରାମର୍ଶ ଦିଆଯାଉଛି । ଲୋକେ ସରକାରଙ୍କ କୋଭିଡ଼ ନିୟମ କୁ ପାଳନ କଲେ କରେନା ସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଇବା ସହ ନିୟନ୍ତ୍ରଣରେ ରହିବ। ଏଣୁ ସମସ୍ତ ଜନସାଧାରଣ କରୋନା କଟକଣା ମାନି ପ୍ରଶାସନକୁ ସହଯୋଗ କରିବାପାଇଁ ବିଡିଓ ଅନୀଲ ପଟ୍ଟନାୟକ ଓ ତହସିଲଦାର ମଧୁସ୍ମିତା ବେହେରା ପରାମର୍ଶ ଦେଇଛନ୍ତି । ଓଡିଶା ସମାଚାର

About admin

Check Also

ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଗ୍ରାମାଂଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ୩ ଡି ଇ-ପାଠାଗାର

କେନ୍ଦ୍ରାପଡ଼ା, ୦୧/୦୮/୨୦୨୧(ଓଡ଼ିଶା ସମାଚାର)- ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଆଉ ସହରକୁ ପାଠ ପଢିବା ପାଇଁ ନଯାଇ ଗ୍ରାମାଂଚଳରେ ସେହି …

Leave a Reply

Your email address will not be published. Required fields are marked *