Thursday , June 24 2021
Breaking News
Home / ତାଜା ଖବର / କୋଟି କୋଟି ଟଙ୍କାର ଜିଏସଟି ଫାଙ୍କି ବ୍ୟବସାୟୀ ଗିରଫ

କୋଟି କୋଟି ଟଙ୍କାର ଜିଏସଟି ଫାଙ୍କି ବ୍ୟବସାୟୀ ଗିରଫ

ଟିଟିଲାଗଡ଼,୦୮/୦୮/୨୦୧୯(ଓଡ଼ିଶା ସମାଚାର)- ଜଣେ ବ୍ୟବସାୟୀ ନକଲି କାଗପତ୍ର ରେ ବ୍ୟବସାୟ ଚଳାଇ କୋଟି କୋଟି ଟଙ୍କାର ଜିଏସଟି ଫାଙ୍କି ଶେଷରେ ଗିରଫ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ସାଇ ଇଂଟରନ୍ୟାସନାଲ ମିନେରାଲ ଆଣ୍ଡ ମାଇନ୍ସ ନାମକ ଏକ ସଂସ୍ଥା ପ୍ରାୟ ୧୨ କୋଟି ରୁ ଅଧିକ ଜିଏସଟି ଫାଙ୍କିଥିବା ଅଭିଯୋଗରେ ଗୁରୁବାର ଜିଏସଟି ଏନଫୋର୍ସମେଂଟ ଦ୍ୱାରା ଏହାର ମାଲିକ ତୀର୍ଥଙ୍କର ପଟେଲଙ୍କୁ ଗିରଫ କରିଛି । ତାଙ୍କୁ ଗିରଫ କରିବା ପରେ ଟିଟିଲାଗଡ଼ ଏସଡ଼ିଜେଏମ କୋର୍ଟ ରେ ହାଜର କରାଯାଇଥିଲା । ସେଠାରେ ତାଙ୍କର ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜିଏସଟି ଅତିରିକ୍ତ କମିାନର ମାନ ଭଂଜନ ଆଚାର୍ଯ୍ୟ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୦୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ- ୪୩ ଜଣ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୧/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୦୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ …

Leave a Reply

Your email address will not be published. Required fields are marked *