Thursday , August 5 2021
Breaking News
Home / ବିଶେଷ / କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ; ୪ ଗିରଫ

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ; ୪ ଗିରଫ

ଭଦ୍ରକ,୧୮/୦୭/୨୦୨୧(ଓଡ଼ିଶା ସମାଚାର)- ଭଦ୍ରକ ଗ୍ରାମାଂଚଳ ପୋଲିସକୁ ପୁଣି ଏକ ବଡ ସଫଳତା ମିଳିଛି । କୋଟିଏ ରୁ ଉର୍ଦ୍ଧ ଟଙ୍କାର ବ୍ରାଉନ ସୁଗାର ଜବତ କରାଯିବା ସହ ୪ ଜଣକୁ ଗିରଫ କରିଛି ଭଦ୍ରକ ଗ୍ରାମାଂଚଳ ପୋଲିସ । ଏକ ଅଟୋ ଯୋଗେ ଜଳେଶ୍ୱରରୁ ଭଦ୍ରକ ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଜାତୀୟ ରାଜପଥରେ ଚଢ଼ଉ କରି ଏହି ବ୍ରାଉନସୁଗାର ଜବତ କରିଥିଲା ଭଦ୍ରକ ଗ୍ରାମାଂଚଳ ପୋଲିସ । ଏହି ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବ ବୋଲି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ଏସପି ଚରଣ ସିଂହ ମିନା ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରିରେ ଜଳେଶ୍ୱରରୁ ଏହି ବ୍ରାଉନସୁଗାର ଅଟୋ ରେ ଭଦ୍ରକ ଆସୁଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ନିକଟସ୍ଥ ଧାମରା ରେଳ ଓଭର ବ୍ରିଜ ନିକଟରେ ଗ୍ରାମାଂଚଳ ପୋଲିସ ଏହି ଅଟୋକୁ ଅଟକାଇ ଥିଲା । ସେଠାରେ ଯାଂଚ ସମୟରେ ଅଟୋରୁ ବ୍ରାଉନସୁଗାର ଜବତ ହୋଇଥିଲା ତେବେ ଅଟୋରେ ଥିବା ୪ ଜଣକୁ ପୋଲିସ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ଜଣେ ମହିଳା ସମ୍ପୃକ୍ତ ଥିବାବେଳେ ସେମାନଙ୍କ ପାଖରୁ ୧ ଲକ୍ଷ ଟଙ୍କା ଓ ଗୋଟିଏ ଅଟୋ ଗାଡି ଓ ୩ ଟି ମୋବାଇଲ ମଧ୍ୟ ପୁଲିସ ଜବତ କରିଛି । ଗିରଫଙ୍କ ମଧ୍ୟରେ ଜଳେଶ୍ୱର ଅଂଚଳର ବ୍ରାଉନସୁଗାର ମାଫିଆ (ଚାଚି)ର ଭାଇ ଓ ମୋଷ୍ଟ ୱାନଟେଡ଼ ମାଫିଆ ଏସ.କେ ଅସଗର ର ଶ୍ୱଶୁର ଏସ.କେ ଅବଦୁଲ ହମିଦ ମଧ୍ୟ ଗିରଫ ହୋଇଛି । ଅନ୍ୟ ମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲା ଖଇରା ଥାନା ଉଦୟପୁର ଗାଁ ର ମନୋଜ ଦାସ , ଭଦ୍ରକ ଗ୍ରାମାଂଚଳ ଥାନା ବରାଳପୋଖରୀ ଗାଁ ର କୁନିଲତା ଷଡଙ୍ଗୀ ଓ ଅଜୟ କୁମାର ଷଡଙ୍ଗୀ ଙ୍କୁ ମଧ୍ୟ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଓଡ଼ିଶା ସମାଚାର

About admin

Check Also

କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ତିନି ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାନ ବାହାନ ଚଳାଚଳ ବନ୍ଦ ରହିବ

ଭୁବନେଶ୍ୱର,୦୪/୦୮/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ଆଜି ଠାରୁ ଆସନ୍ତା ତିନି ମାସ …

Leave a Reply

Your email address will not be published. Required fields are marked *