Wednesday , June 23 2021
Breaking News
Home / ରାଜନୀତି / କୋଟିଆ ଜିଲ୍ଲା ପରିଷଦ ନିର୍ବାଚନ ପରିପ୍ରେକ୍ଷୀରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ରାୟକୁ ସ୍ୱାଗତ : ସମାଜବାଦୀ ପାର୍ଟି

କୋଟିଆ ଜିଲ୍ଲା ପରିଷଦ ନିର୍ବାଚନ ପରିପ୍ରେକ୍ଷୀରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ରାୟକୁ ସ୍ୱାଗତ : ସମାଜବାଦୀ ପାର୍ଟି

ଭୁବନେଶ୍ୱର,୨୧/୦୫/୨୦୨୧(ଓଡ଼ିଶା ସମାଚାର)- ଏପ୍ରିଲ ମାସରେ କୋଟିଆ ଗ୍ରାମପୁଞ୍ଜକୁ ନେଇ ଆନ୍ଧ୍ରପ୍ରଦେଶ ସରକାର ଯେଉଁ ଜିଲ୍ଲା ପରିଷଦ ନିର୍ବାଚନ କରିଥିଲେ ତାହାକୁ ଆନ୍ଧ୍ରପ୍ରଦେଶର ମାନ୍ୟବର ହାଇକୋର୍ଟ ଆଜି ଅସିଦ୍ଧ ଘୋଷଣା କରିଛନ୍ତି । ଆନ୍ଧ୍ର ସରକାରଙ୍କ ଏହି ତରବରିଆ ନିଷ୍ପତିି ବେଆଇନ ଓ ଏହା ସୁପ୍ରିମକୋର୍ଟର ମାର୍ଗଦର୍ଶିକାକୁ ବିରୋଧ କରୁଛି ବୋଲି ମାନ୍ୟବର କୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତି । କୋଟିଆ ଗ୍ରାମପୁଞ୍ଜ ସମେତ ସମଗ୍ର ଆନ୍ଧ୍ରପ୍ରଦେଶରେ ଏ ଯେଉଁ ପଂଚାୟତ ଓ ଜିଲ୍ଲା ପରିଷଦ ନିର୍ବାଚନ ଆନ୍ଧ୍ର ସରକାର କଲେ ତାହାକୁ ମାନ୍ୟବର କୋର୍ଟ ରଦ୍ଧ କରିବା ସହିତ ପୁଣିଥରେ ଆଇନ ଅନୁଯାୟୀ ନିର୍ବାଚନ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି । ମାନ୍ୟବର ଆନ୍ଧ୍ର ହାଇକୋର୍ଟଙ୍କର ଏହା ଏକ ଐତିହାସିକ ନିଷ୍ପତି ଓ ଏହାକୁ ପ୍ରତ୍ୟେକ ଓଡ଼ିଆ ସ୍ୱାଗତ କରିବା ଉଚିତ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ପ୍ରକାଶ କରାଯିବା ସହିତ ହାଇକୋର୍ଟଙ୍କ ଏହି ରାୟକୁ ସ୍ୱାଗତ କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆନ୍ଧ୍ର ହାଇକୋର୍ଟର ରାୟକୁ ସ୍ୱାଗତ କରିବା ସହିତ ଆଗାମୀ ଦିନରେ କିଭଳି ଆନ୍ଧ୍ର ସରକାର ଓଡ଼ିଶାର କୋରାପୁଟ ଜିଲ୍ଲା ସୀମାନ୍ତବର୍ତୀ ପଟାଙ୍ଗୀ ବ୍ଲକର କୋଟିଆ ଗ୍ରାମପୁଞ୍ଜରେ ପଂଚାୟତ ନିର୍ବାଚନ କରିବାକୁ ସମର୍ଥ ନହୁଏ ସେ ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛନ୍ତି । ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ଦୃଷ୍ଟିରୁ ରାଜ୍ୟ ସରକାର ଏ ଦିଗରେ ଏକ ସର୍ବଦଳୀୟ ବୈଠକ ଡ଼ାକି ନିଷ୍ପତି ନେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ବେହେରା ଏହି ପ୍ରେସ୍ ବିଜ୍ଞପ୍ତିରେ ଦର୍ଶାଇଛନ୍ତି । ଏହା ବ୍ୟତୀତ ଜଣେ ସ୍ୱାଭିମାନୀ ଓଡ଼ିଆ ହିସାବରେ ଆନ୍ଧ୍ରପ୍ରଦେଶର ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ଆଇନର ପରିସର ମଧ୍ୟରେ ଯାହା ପଦକ୍ଷେପ ନେବା କଥା ତାହା କରିବା ଉଚିତ ବୋଲି ସେ ଆଶାପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ରାହୁଳ ଗାନ୍ଧୀ ଙ୍କ ଜନ୍ମଦିନରେ କଂଗ୍ରେସ ତରଫରୁ ମାସ୍କ,ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନ ୧୯/୦୬/୨୦୨୧(ଓଡ଼ିଶା ସମାଚାର)-ଅଖିଳ ଭାରତ କଂଗ୍ରେସ କମିଟିର  ଯୁବନେତା ନେତା ରାହୁଳ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଭୁବନ କଂଗ୍ରେସ ତରଫରୁ …

Leave a Reply

Your email address will not be published. Required fields are marked *