Monday , June 21 2021
Breaking News
Home / ଶିକ୍ଷା / କେନ୍ଦ୍ରୀୟ ବିଦ୍ୟାଳୟ ସମୂହର ରାଜ୍ୟ ପୁରଷ୍କାର ଶିବର

କେନ୍ଦ୍ରୀୟ ବିଦ୍ୟାଳୟ ସମୂହର ରାଜ୍ୟ ପୁରଷ୍କାର ଶିବର

ଭୁବନେଶ୍ୱର ,୨୨/୦୭/୨୦୧୯(ଓଡ଼ିଶା ସମାଚାର)-୫୧ଟି କେନ୍ଦ୍ରୀୟ ବିଦ୍ୟାଳୟ ଭୁବନେଶ୍ୱର ସମ୍ଭାଗ ଦ୍ୱାରା ରାଜ୍ୟ ପୁରଷ୍କାର ପରିକ୍ଷା ଶିବିର ପୋଖରୀପୁଟ୍ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନଂ ୬ରେ ଆରମ୍ଭ ହୋଇଛି । ଏଥିରେ ୩୫ଜଣ ପ୍ରଶିକ୍ଷିତ ଗାଇଡ଼୍ ଶିକ୍ଷୟତ୍ରୀଙ୍କ ଦ୍ୱାରା ୧୩୧ଜଣ ଗାଉଡ଼୍ ଛାତ୍ରୀ ଯୋଗଦେଇ ଚରିତ୍ର ଗଠନ, ଆତ୍ମନିର୍ଭରଶୀଳ ଓ ଦକ୍ଷତା ବିକାଶ ସମ୍ପର୍କରେ ପରିକ୍ଷା ଦେଇଥିଲେ । ଶିବିର ଉଦ୍ଘାଟନ ଉତ୍ସବରେ ଜଗତ କୃଷ୍ଣ ଶିଶୁଗୋସ୍ୱାମୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ସହ ଏହାକୁ ସଂଯୋଜନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପୋଖରିପୁଟ୍ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ଦାଶ ଯୋଗଦେଇ ସ୍ୱର୍ଗତ ବାଦେନ ପାୱାଲଙ୍କ ଫଟୋରେ ପୁଷ୍ପ ପ୍ରଦାନ କରି ଶିବିର ଉଦ୍ଘାଟନ କରିଥିଲେ । ଏହି ଶିବିରକୁ ହରପ୍ରୀୟା ବେହରା, ବି ଶଶିକଳା, ସବିତା ମୁର୍ମୁ, ଏସ୍ପି ମିଶ୍ର ଓ ଜଶୋବନ୍ତି ପଟ୍ଟନାୟକ ପରିଚାଳଣା କରିଥିବା ବେଳେ ଦିପିକା ମହାନ୍ତିଙ୍କ ସଂଯୋଜନାରେ ଛାତ୍ରୀମାନଙ୍କ ଓଡ଼ିଶୀ ନୃତ୍ୟ ଓ ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ଏଥିରେ ଷ୍କାଉଟ୍ ଗାଉଡ଼୍ର ପ୍ରଶିକ୍ଷକ ମିନକେତନ ପଣ୍ଡା ଶିବିର ସମ୍ପର୍କରେ ଅଭିଭାଷଣ କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *