Monday , June 14 2021
Breaking News
Home / କୃଷି / କେନ୍ଦ୍ରୀୟ ଉଦ୍ୟାନ ପ୍ରଶିକ୍ଷଣ କେନ୍ଦ୍ର ପକ୍ଷରୁ ପନି ପରିବା ବିହନ ଉପôାଦନ ତାଲିମ

କେନ୍ଦ୍ରୀୟ ଉଦ୍ୟାନ ପ୍ରଶିକ୍ଷଣ କେନ୍ଦ୍ର ପକ୍ଷରୁ ପନି ପରିବା ବିହନ ଉପôାଦନ ତାଲିମ

ରଘୁନାଥପୁର, ୨୦/୦୭/୨୦୧୯ (ଓଡ଼ିଶା ସମାଚାର)- କୃଷି ଓ କୃଷକମାନଙ୍କ ପାଇଁ କାର୍ଯ୍ୟ କରି ଆସୁଥିବା ରଘୁନାଥପୁର ବ୍ଲକ୍ ରେଢ଼ୁଆସ୍ଥିତ ଲାଲ ସଂସ୍ଥା ଆନୁକୂଲ୍ୟରେ କେନ୍ଦ୍ରୀୟ ଉଦ୍ୟାନ ପ୍ରଶିକ୍ଷଣ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ  ବ୍ୟବସାୟିକ ପଦ୍ଧତିରେ ପନି ପରିବା ବିହନ ଉପôାଦନ ପିମନ୍ତେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।  ଜଗତସିଂହପୁର ଜିଲାର ବିଭିନ୍ନ ବ୍ଲକ୍ ରୁ ୭୨ ଜଣ କୃଷକ ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ । ରେଢ଼ୁଆସ୍ଥିତ ଗୋରଖନାଥ କୃଷକ ମହାସଂଘ ପରିସରରେ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ  ସଫଳ ଚାଷୀ ଗୋପାଳ ଚନ୍ଦ୍ର ବିଶ୍ୱାଳ ସଭାପତିତ୍ୱ କରିଥିଲେ । କେନ୍ଦ୍ରୀୟ ଉଦ୍ୟାନ ପ୍ରଶିକ୍ଷଣ କେନ୍ଦ୍ରର ବୈଜ୍ଞାନିକ ଡ଼ଃ ପି ଶ୍ରିନୀବାସ ଉପସ୍ଥିତ ଚାଷୀମାନଙ୍କୁ ବିଦ୍ଧିବଧ ଭାବେ ଉନ୍ନତ ଜ୍ଞାନ କୌଶଳ ପଦ୍ଧତିରେ ପନି ପରିବା ଗୁଡ଼ିକର ବିହନ ଉପôାଦନ ପ୍ରଣାଳୀ ବିଷୟରେ ବୁଝାଇଥିଲେ । ବୌଜ୍ଞାନିକ ଡ଼ଃ ପି ନରେଶ ଟମାଟୋ,ବାଇଗଣ,ଭେଣ୍ଡି,କଖାରୁ ମଂଜି ଉପôାଦନ ତରିକା ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ । ସେହିପରି ବୈଜ୍ଞାନିକ ଡ଼ଃ ମୀନୁ କୁମାରୀ ଡ଼ାଲି ଜାତୀୟ ଫସଲ ବିନ୍ , ଝୁଡ଼ଙ୍ଗ ଓ ଶିମ୍ବ ମଂଜି ସରଳିକରଣ ପଦ୍ଧତିରେ ଉପôାଦନ ସମ୍ପର୍କରେ ମତ ରଖିଥିଲେ । ଏହି ଅବସରରେ ଉପସ୍ତିତ ଚାଷୀ ମାନଙ୍କୁ ନେଇ ଲକ କୋ ଅର୍ଡ଼ିନେସନ୍ କମିଟି ଗଠନ କରାଯାଇଥିଲା । ବିଭିନ୍ନ ବ୍ଲକ୍ ରୁ  ବିଜୟ କୁମାର ପାତ୍ର, ପ୍ରଭାବତୀ ସ୍ୱାଇଁ, ସୁରେନ୍ଦ୍ରନାଥ ସାହୁ, ବିପିନ ବିହାରୀ ସ୍ୱାଇଁ, ପ୍ରଭାକର ଦାସ,ସୂର୍ଯ୍ୟନାରାୟଣ ସ୍ୱାଇଁ,ଭାସ୍କର ହଜାରୀ ପ୍ରମୁଖ ସଭ୍ୟମାନେ ମନୋନୀତ ହୋଇଥିଲେ । ଚଳିତ ମାସରୁ ଲାଲ ସଂସ୍ଥାର ମାର୍ଗଦର୍ଶନରେ ବିନ୍, ଝୁଡ଼ଙ୍ଗ, ଶିମ୍ବ, ବାଇଗଣ,କଖାରୁ, ଜହ୍ନୀ ଇତ୍ୟାଦି ମଂଜି ଉପôାଦନ କରାଯିବ ।  ଲାଲ ର ସମ୍ପାଦକ ସ୍ୱାଗତ ଭାଷଣ ସହ ସଭା ପରିଚାଳନା କରିଥିଲେ । ବୈଜ୍ଞାନିକ ମାନେ ଲାଲ ଓ ଗୋରଖନାଥ କୃଷକ ମହାସଂଘ ବିହନ ବିଶୋଧନ ପ୍ଲାଂଟ ବୁଲି ଦେଖିବା ସହ ପୂର୍ବରୁ ଚାଷୀଙ୍କ ପାଇଁ ଉପଲବ୍ଧ ବିଭିନ୍ନ ପ୍ରକାର ଧାନ , ବିରି ଓ ମକା ବିହନକୁ  ଦେଖି ଖୁସି ପ୍ରକାଶ କରିଥିଲେ । ରାଜ୍ୟର ଅଧାରୁ ଅଧିକ ଜିଲାରେ ଚାଷୀଭାଇ ମାନଙ୍କୁ ବିହନ ଯୋଗାଇ ପାରୁଥିବା ସଂସ୍ଥାର ସଦସ୍ୟଙ୍କୁ ସାଧୁବାଦ ଜଣାଇଥିଲେ । ଶିଶିର ପଟ୍ଟନାୟକ,  ଅଶୋକ ବାରିକ, ଅବନୀ ବେହେରା, କୃଷ୍ଣଚନ୍ଦ୍ର ସ୍ୱାଇଁ, ଧର୍ମେନ୍ଦ୍ର କୁମାର ନାଥ,  ନରୋତମ ରାଉତ,  ଅଜୟ କୁମାର ଜେନା ପ୍ରମୁଖ କାର୍ଯ୍ୟମ୍ରରେ ସହାୟତା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଚାଷୀଙ୍କ ନାମରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ଦାବି

ତାରପୁର, ୨୧/୦୫/୨୦୨୧(ଓଡ଼ିଶା ସମାଚାର)-ବେନିୟମ ଭାବେ ତାରପୁର ସେବା ସମବାୟ ସମିତିରେ ୩ଶହରୁ ଉଦ୍ଧ୍ୱର୍ ଚାଷୀଙ୍କର ଟୋକନ୍ କୁ ବାତିଲ କରାଯାଇଥିଲା  …

Leave a Reply

Your email address will not be published. Required fields are marked *