Thursday , June 17 2021
Home / ବିଶେଷ / କେନ୍ଦ୍ରାପଡ଼ା ଜିଲାପାଳ ଙ୍କ ଗରଦପୁର ବ୍ଲକ୍ ଗସ୍ତ 

କେନ୍ଦ୍ରାପଡ଼ା ଜିଲାପାଳ ଙ୍କ ଗରଦପୁର ବ୍ଲକ୍ ଗସ୍ତ 

ଗରଦପୁର ୨୧/୦୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାର ନୂତନ ଜିଲାପାଳ ଅମି୍ରତ ଋତୁରାଜ ଆଜି ଅଚାନକ ଗରଦପୁର ଗସ୍ତ କରିଥିଲେ ।  ଗରଦପୁର ବ୍ଲକ୍ କାର୍ଯ୍ୟାଳୟରେ ଜିଲାପାଳ ପହଂଚିବା ପରେ ବ୍ଲକ୍ କର୍ମଚାରୀମାନେ ଜିଲାପାଳ ଶ୍ରୀ ଋତୁରାଜ ଙ୍କୁ ପାଛୋଟି ନେଇଥିଲେ । ବ୍ଲକ୍ କାର୍ଯ୍ୟାଳୟର ସଭା ଗୃହରେ ଜିଲାପାଳ କର୍ମଚାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ଜିଲାପାଳ ଶ୍ରୀ ଋତୁରାଜ ବ୍ଲକ୍ ରେ ଚାଲିଥିବା ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ବିଡ଼ିଓ ରଂଜିତ କୁମାର ମଲିକ ଙ୍କ ଠାରୁ ପଚାରି ବୁଝିଥିଲେ । ବ୍ଲକ୍ ରେ ଚାଲିଥିବା ଅଙ୍ଗନୱାଡ଼ି କେନ୍ଦ୍ର କୁ ମଡ଼େଲ ଅଙ୍ଗନୱାଡ଼ି କେନ୍ଦ୍ର ଭାବରେ କରିବା ପାଇଁ ଜିଲାପାଳ ନିର୍ଦ୍ଧେଶ ଦେଇଥିଲେ । ପ୍ରତି ମଡ଼େଲ ଅଙ୍ଗନୱାଡ଼ି କେନ୍ଦ୍ରରେ ଗୋଟିଏ ସୋଲାର ଲାଇଟ୍ , ଗୋଟିଏ ଏଲଇଡ଼ି ଟିଭି ଓ ଗୋଟିଏ ଫ୍ୟାନ୍ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ପିଲାମାନେ ବସିବାପାଇଁ ଅଳ୍ପ  ଊଚତା ର ଡ଼େକ୍ସ ବେଂଚ କରିବା ପାଇଁ କହିଥିଲେ । ସେହିପରି ପଂଚାୟତ ପୋଖରୀ ସୌନ୍ଦର୍ଯ୍ୟକରଣ କରିବା ପାଇଁ ଜିଲାପାଳ ନିର୍ଦ୍ଧେଶ ଦେଇଥିଲେ । ଆସନ୍ତା ଫେବୃୟାରୀ ୨୮ ତାରିଖ ମଧ୍ୟରେ  ପ୍ରତି ପଂଚାୟତରେ ଅନ୍ୟୁନ ୩ ଟା ଲେଖା ପୋଖରୀ ସୌନ୍ଦର୍ଯ୍ୟକରଣ କରିବା ପାଇଁ କହିଥିଲେ ।  ପୋଖରୀ ଚାରି ପଟରେ ୱାଲ , ପଥର ବୁରୁଜ , ପୋଖରୀ ହୁଡ଼ାରେ ବେଂଚ ନିର୍ମାଣ ଓ ଆଲୋକିକରଣ କରିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରତି ପଂଚାୟତରେ ଗୋଟିଏ ଲେଖା ମିନି ଷ୍ଟାଡ଼ିଅମ  ନିର୍ମାଣ କରିବା ସହିତ ଷ୍ଟାଡ଼ିଅମ ଚାରିପାଖରେ ସିମେଂଟ ବେଂଚ ନିର୍ମାଣ କରିବା ପାଇଁ ଆଲୋଚନା କରିଥିଲେ । ବିଶେଷକରି ମହାତ୍ମାଗନ୍ଧୀ ଜାତିୟ ନିଶ୍ଚିତ କର୍ମଯୋଜନାକୁ ଫଳପ୍ରଦ ଭାବରେ ପ୍ରତି ପଂଚାୟତରେ କାର୍ଯ୍ୟକାରୀ କରିବାକୁ  ଜିଲାପାଳ ନିର୍ଦ୍ଧେଶ ଦେଇଥିଲେ ।  ଏହି ବୈଠକରେ ବିଡ଼ିଓ ଶ୍ରୀ ମଲିକଙ୍କ ସମେତ ବ୍ଲକ୍ ର ସହକାରୀ ଯନ୍ତ୍ରୀ , ସମସ୍ତ କନିଷ୍ଠ ଯନ୍ତ୍ରୀ , ଏସଇଓ ଖଗେଶ୍ୱର ସେଠୀ,ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଆରଏସ,ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ ଓ ଓଡ଼ିଶା ଜିବୀକା ମିଶନ ର କର୍ମଚାରୀମାନେ  ଉପସ୍ଥିତ ଥିଲେ । ପରେ ପରେ ଜିଲାପାଳ ଶ୍ରୀ ଋତୁରାଜ , ବିଡ଼ିଓ ଓ ସହକାରୀ ଯନ୍ତ୍ରୀ ଙ୍କ ସହିତ ତେଣ୍ଡାକୁଡ଼ା ପଂଚାୟତ ଗସ୍ତ କରିଥିଲେ ।  ଏହି ପଂଚାୟତର ଆଳିଜଙ୍ଗା ଗ୍ରାମରେ ପହଂଚି ସେଠାରେ ନିର୍ମାଣ କରାଯାଇଥିବା ଶିଶୁ ଉଦ୍ୟାନ କୁ ବୁଲି ଦେଖିଥିଲେ । ଏଥିସହିତ ଅଂଚଳର ସର୍ବ ପୁରାତନ ଫଜଲହକ୍ ହାଇସ୍କୁଲ ମଡ଼େଲ ସ୍କୁଲ ର ମାନ୍ୟତା ପାଇଥିବାରୁ ଜିଲାପାଳ ଶ୍ରୀ ଋତୁରାଜ ହାଇସ୍କୁଲ କୁ ଯାଇ ଏହାର ଭିତିଭୂମି ବୁଲି ଦେଖିବା ସହିତ ଛାତ୍ର ଛାତ୍ରୀଙ୍କ ପାଠ ପଢ଼ା ସମ୍ପର୍କରେ ଅନୁଧ୍ୟାନ କରି ଫେରିଯାଇଥିଲେ ।   ଓଡ଼ିଶା ସମାଚାର

About admin

Check Also

କଟକ ଅର୍ବାନ ପୁଲିସ କୁ ବଡ଼ ସଫଳତା – ୪ ଅପରାଧୀ ଗିରଫ , ୧୧ ଟି ବନ୍ଧୁକ ଓ ୫୧ଟି ଗୁଳି ଜବତ

କଟକ, ୧୬/୦୬/୨୦୨୧(ଓଡ଼ିଶା ସମାଚାର / ଦେବାଶିଷ ରଥ)- ପ୍ରାୟୋଜିତ ଅପରାଧ ଉପରେ ଅଂକୁଶ ଲଗାଇବା ପାଇଁ କଟକ ଡିସିପି ପ୍ରତୀକ …

Leave a Reply

Your email address will not be published. Required fields are marked *