Wednesday , June 23 2021
Breaking News
Home / ତାଜା ଖବର / କେନ୍ଦ୍ରାପଡ଼ାରେ ମାଙ୍କଡ଼ ଆତଙ୍କ – ମାଙ୍କଡ଼ କାକୁଡ଼ାରେ ୧୦ ଆହତ

କେନ୍ଦ୍ରାପଡ଼ାରେ ମାଙ୍କଡ଼ ଆତଙ୍କ – ମାଙ୍କଡ଼ କାକୁଡ଼ାରେ ୧୦ ଆହତ

 

କେନ୍ଦ୍ରାପଡ଼ା, ୧୭/୦୬/୨୦୧୯ (ଓଡ଼ିଶା ସମାଚାର / ସସ୍ମିତା ମହାନ୍ତି)- କେନ୍ଦ୍ରାପଡ଼ାରେ ମାଙ୍କଡ଼ ଆତଙ୍କ ଦେଖା ଦେଇଛି ।  ଜଗନ୍ନାଥପୁର ଗ୍ରାମରେ ମାଙ୍କଡ଼ ଙ୍କ ପ୍ରାଦୁର୍ଭାବ ବଢ଼ିଯାଇଛି । ମାଙ୍କଡ଼ କାମୁଡ଼ାରେ ଆହତ ହୋଇ ଏହି ଗ୍ରାମର ୧୦ ଜଣ ଚିକିତ୍ସାଧିନ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ଏହି ଗ୍ରାମର ରାଜକିଶୋର ମହାନ୍ତି,ତ୍ରିଲୋଚନ ମହାନ୍ତି , ମନୋରଂଜନ ଷଢ଼ଙ୍ଗୀ ବର୍ତମାନ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସାରତ ଅଛନ୍ତି । ମାଙ୍କଡ଼ ଙ୍କ ପ୍ରାଦୁର୍ଭାବ ଏତେ ବଢ଼ିଯାଇଛି ଯେ ମାଙ୍କଡ଼ ଭୟରେ ଲୋକେ ଘରୁ ବାହାରୁନାହାନ୍ତି । ବନ ବିଭାଗ ତୁରନ୍ତ ମାଙ୍କଡ଼ ମାନଙ୍କୁ ଧରି ସଂରକ୍ଷିତ ଜଙ୍ଗଲରେ ଛାଡ଼ିବା ପାଇଁ ଗ୍ରାମବାସୀମାନେ ଜିଲାପ୍ରଶାସନ ନିକଟରେ ଦାବି କରିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ମାଙ୍କଡ଼ ମାନଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲୁଛି । ମାଙ୍କଡ଼ମାନେ ବେଳକୁ ବେଳ ହିଂସ୍ର ହୋଇ ଉଠୁଛନ୍ତି । ପ୍ରଥମ ଥର ପ୍ରଦୀପ ମହାରଥୀ କୃଷି ମନ୍ତ୍ରୀ ହେବା ପରେ ଏହି କଥାକୁ ଠିକ୍ ଭାବେ ବୁଝିପାରି ମାଙ୍କଡ଼ ମାନଙ୍କୁ ଧରାଯାଇ ସଂରକ୍ଷିତ ଜଙ୍ଗଲରେ ଛନା ଯିବ ବୋଲି ଘୋଷଣା କରିଥିଲେ । କିନ୍ତୁ ପରିତାପର ବିଷୟ ଶ୍ରୀ ମହାରଥୀ ଦୁଇ ଥର କୃଷି ମନ୍ତ୍ରୀ ହେଲେ କିନ୍ତୁ ତାଙ୍କ ଘୋଷଣାକୁ କାର୍ଯ୍ୟକାରୀ କରି ପାରିଲେ ନାହିଁ । ବର୍ତମାନ ମାଙ୍କଡ଼ ମାନେ ପନ ପରିବା କିଛି ରଖୁନାହାନ୍ତି ଓ ହ୍ରିଂସ ହୋଇ ମଣିଷକୁ ଆକ୍ରମଣ ରୁଛନ୍ତି । ମାଙ୍କଡ଼ କେହି ମାରି ପାରିବେ ନାହିଁ ।  ମାଙ୍କଡ଼ ଙ୍କୁ ଧର୍ମ ସହିତ ମଧ୍ୟ ଯୋଡ଼ି ଦିଆଯାଇଛି । ମାଙ୍କଡ଼ ମାରିଲେ ଜେଲ ଜୋରିମାନା ବ୍ୟବସ୍ଥା ରହିଛି । ତେଣୁ ମାଙ୍କଡ଼ ଯାହା କ୍ଷତି କଲେ ମଧ୍ୟ ଲୋକେ କିଛି କରିପାରୁନାହାନ୍ତି । ଏଥିପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

୩୪୨୭ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୪୨ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୯/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩୪୨୭ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *