Monday , June 21 2021
Breaking News
Home / ବିଶେଷ / କେନ୍ଦ୍ରାପଡା ସ୍ୱୟଂଶାସିତ  ମହାବିଦ୍ୟାଳୟରେ ପରାକ୍ରମ ଦିବସ ପାଳିତ

କେନ୍ଦ୍ରାପଡା ସ୍ୱୟଂଶାସିତ  ମହାବିଦ୍ୟାଳୟରେ ପରାକ୍ରମ ଦିବସ ପାଳିତ

କେନ୍ଦ୍ରାପଡା,୨୪/୦୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଏନ୍.ସି.ସି ବିଭାଗ ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ତିଥିକୁ “ପରାକ୍ରମ”ଦିବସ ରୂପେ ପାଳନ କରାଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ  ସଭାରେ କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଅଧ୍ୟକ୍ଷତା କରି ‘ପରାକ୍ରମ’ ଦିବସର ତାତ୍ପର୍ଯ୍ୟତା ସମ୍ପର୍କରେ ଆଲୋକପାତ  କରିଥିଲେ । ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଏନସିସି କ୍ୟାଡେଟମାନଙ୍କୁ ଆହ୍ୱାନ ଦେଇଥିଲେ । ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଏବଂ ବାଳକ ବିଭାଗ ଏନସିସି ଅଫିସର ମେଜର ମନୋରଞ୍ଜନ ମହାନ୍ତି ନେତାଜୀଙ୍କ ବୀରତ୍ୱ ଓ ବୈପ୍ଲବିକ ଚିନ୍ତାଧାରା ଉପରେ ଆଲୋକ ପାତ କରିଥିଲେ । ବାଳକ ବିଭାଗର ଜୁନିୟର ଅଣ୍ଡର ଅଫିସର ଇବ୍ରାହିମ ସର୍ଦ୍ଧାର ଏବଂ କ୍ୟାଡେଟ ପ୍ରଜ୍ଞା ପରମିତା ଷଣ୍ଡ ପ୍ରମୁଖ  ବକ୍ତବ୍ୟ ରଖିଥିଲେ ।  ପରିଶେଷରେ ବାଳିକା ବିଭାଗ ଏନସିସି ଅଫିସର ଲେଫ୍ଟନା ସୀମା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଆଦର୍ଶ ଥାନା ଅଧିକାରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ପାରାଦ୍ୱୀପ ୨୦/୦୬/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ଆଦର୍ଶ ଥାନାର ପ୍ରଥମ ଥାନା ଅଧିକାରୀ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ରଜନୀକାନ୍ତ ସାମଲ ଙ୍କ …

Leave a Reply

Your email address will not be published. Required fields are marked *