Saturday , June 19 2021
Breaking News
Home / ବିଶେଷ / କେନ୍ଦ୍ରାପଡା ସହରରେ ଗୁଳିକାଣ୍ଡକୁ ନେଇ ଉତେଜନା ଓ ରାସ୍ତାରୋକ

କେନ୍ଦ୍ରାପଡା ସହରରେ ଗୁଳିକାଣ୍ଡକୁ ନେଇ ଉତେଜନା ଓ ରାସ୍ତାରୋକ

କେନ୍ଦ୍ରାପଡା ୧୫/୦୭/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହରରେ ଶନିବାର ରାତିରେ ହୋଇଥିବା ଗୁଳିକାଣ୍ଡକୁ ନେଇ ଚାପା ଉତେଜନା ପ୍ରକାଶ ପାଇଥିବା ବେଳେ ରବିମାର ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯାଇଥିବା ଦେଖିବାକୁ ମିଳଥବଲା । ଧର୍ମରକ୍ଷା ସେନାର ସଭାପତି ବିବେକାନନ୍ଦ ମହାରଣା(ବାବୁଲି)କୁ ଶନିବାର ରାତି ପ୍ରାୟ ସାଢେ ୮ଟା ସମୟରେ ରାମନଗରପାଟଣାସ୍ଥିତ ଘରୁ ଏକ ବାଇକରେ ତିନିମୁହାଣିସ୍ଥିତ ରାମ ମନ୍ଦିରକୁ ଆସୁଥିବା ବେଳେ ଗୁଲନଗର ଦଣ୍ଡାମୁଣ୍ଡଛକ ନିକଟରେ ଅନ୍ୟଏକ ବାଇକରେ ଆସିଥିବା ୨ ଦୁର୍ବୃତ ବନ୍ଧୁକରୁ ୨ରାଉଣ୍ଡ ଗୁଳି ବାବୁଲି ଉପରକୁ ଚଳାଇ ଫେରାର ହୋଇଯାଇଥିଲେ । ଗୁଳି ଦୁଇଟି ବାବୁଲିର ତଳିପେଟରେ ବାଜିବାରୁ ସେ ସେହିଠାରେ ତଳକୁ ଖସିପଡିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ବାବୁଲିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ କଟକ ବଡ ଡାକ୍ତରଖାନାକୁ ଶନିବାର ରାତିରେ ସ୍ଥାନାନ୍ତର କରାଯାଇଥିଲା । ସେହି ଘଟଣାକୁ ନେଇ ରବିବାର କେନ୍ଦ୍ରାପଡା ସହରର ତିନିମୁହାଣିଛକ, ଦଣ୍ଡାମୁଣ୍ଡଛକ, ଗରାପୁର  କୋଠିଛକ  ଓ  ଦୁହୁରିଆରେ ଧର୍ମରକ୍ଷାସେନା, ବଜରଙ୍ଗଦଳ, ବିଶ୍ୱହିନ୍ଦୁପରିଷଦ, ଆର.ଏସ.ଏସ.ଓ ତିନିମୁହାଣି ବଜାର କମିଟି ପକ୍ଷରୁ ଟାୟାରଜାଳି ରାସ୍ତାରୋକ କରାଯାଇଥିଲା । ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରେ ପୋଲିସ ଓ ପ୍ରଶାସନର ବୁଝାଶୁଝା ପରେ ରାସ୍ତାରୋକ ହଟିଥିଲା । ସହରର ସମ୍ବେଦନଶୀଳ ସ୍ଥାନ ଗୁଡିକରେ ବ୍ୟାପକ ପୋଲିସ ଫୋର୍ସ ମୃତୟନ କରାଯାଇ ଘଟଣା ଉପରେ ତୀକ୍ଷ୍ମ ନଜର ରଖାଯାଇଥିଲା । ଅତିରିକ୍ତ ଏସପି ଅରୁଣ କୁମାର ଜେନା,କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା,ଟାଉନଥାନା ଅଧିକାରୀ ଦେବାଶିଷ ମିଶ୍ରଙ୍କ ସମେତ ବିଭିନ୍ନ ଥାନାର ଇନିସପେକ୍ଟର ଓ  ସବଇନିସପେକ୍ଟର ସହରର ବିଭିନ୍ନ ସ୍ଥାନରେ ବୁଲି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଥିବା ଦେଖାଯାଇଛି । ଖବରପାଇ ଅତିରିକ୍ତ ପୋଲିସ ମହାନିର୍ଦେଶକ (ଆଇନଶୃଙ୍ଖଳା)ସଞ୍ଜୀବ ପଣ୍ଡା ଓ କେନ୍ଦ୍ରାଚଂଳ ଆଇ.ଜି.ସୈାମେନ୍ଦ୍ର ପ୍ରିୟଦର୍ଶୀ କେନ୍ଦ୍ରାପଡାରେ ପହଁଚି ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି ନୀତି ଶେଖରଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କ ସହିତ ଆଲୋଚନା କରିଥିଲେ । ବାବୁଲି ଉପରକୁ ଗୁଳିଚଳାଇଥିବା ଦୁର୍ବୃତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଅତିରିକ୍ତ ପୋଲିସ ମହାନିର୍ଦେଶକ (ଆଇନଶୃଙ୍ଖଳା) ଶ୍ରୀ ପଣ୍ଡା ଓ କେନ୍ଦ୍ରାଚଂଳ ଆଇ.ଜି. ଶ୍ରୀ  ପ୍ରିୟଦର୍ଶୀ ଗଣମାଧ୍ୟମକୁ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

୩୦ଗ୍ରାମ୍ ବ୍ରାଉନ ସୁଗାର ଜବତ କଲା ପାରାଦୀପ ଅବକାରୀ ଥାନା- ଅଭିଯୁକ୍ତ କୋର୍ଟ ଚାଲାଣ

ପାରାଦ୍ୱୀପ ୧୯/୦୬/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ଅବକାରୀ ଥାନା ଓ କୁଜଙ୍ଗ ପୋଲିସ ମିଳିତ ଭାବେ କୁଜଙ୍ଗ ମାଛ ବଜାରରେ ଚଢାଉ କରି …

Leave a Reply

Your email address will not be published. Required fields are marked *