Monday , June 14 2021
Breaking News
Home / ଶିକ୍ଷା / କେନ୍ଦ୍ରାପଡା ମହାବିଦ୍ୟାଳୟରେ ଶିକ୍ଷକ ଅଭିଭାବକ ସମ୍ମିଳନୀ

କେନ୍ଦ୍ରାପଡା ମହାବିଦ୍ୟାଳୟରେ ଶିକ୍ଷକ ଅଭିଭାବକ ସମ୍ମିଳନୀ

କେନ୍ଦ୍ରାପଡା,୨୪/୦୯/୨୦୧୯ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର କଳା,ବିଜ୍ଞାନ ଓ ବାଣିଜ୍ୟ ଶୃଙ୍ଖଳାର ବିଭାଗ ପକ୍ଷରୁ ବିଗତ ୩ସପ୍ତାହ ମଧ୍ୟରେ +୩ ତୃତୀୟ ବର୍ଷ,+୩ ଦ୍ୱିତୀୟ ବର୍ଷ ଓ +୩ ପ୍ରଥମବର୍ଷର ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ଓ କଲେଜର ଶିକ୍ଷକମାନଙ୍କୁ ନେଇ ଯଥାକ୍ରମେ ସେପ୍ଟେମ୍ବର ୨୧ତାରିଖ,୧୪ତାରିଖ ଓ ୭ତାରିଖରେ ଶୈକ୍ଷୀକ ବାତାବରଣ,ଶିକ୍ଷାର୍ଥୀମାନଙ୍କ ବିଭିନ୍ନ ସୁବିଧା,ଅସୁବିଧା ଓ ନୂତନ ଭାବେ କାର୍ଯ୍ୟକାରି ହୋଇଥିବା ସି.ବି.ସି.ଏସ.ଶିକ୍ଷା ପ୍ରଣାଳି ଉପରେ ସବିଶେଷ ଆଲୋଚନା ହୋଇଯାଇଛି । ଏହି ଆଲୋଚନା ବିଶେଷ ଭାବରେ ସମ୍ମାନ ଶ୍ରେଣୀ କୈନ୍ଦ୍ରୀକ ଥିବାରୁ ବାଧ୍ୟତାମୁଳକ ବିଷୟ ଉପରେ ଆଲୋଚନା ନହୋଇପାରିବାରୁ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଥିଲେ । କଲେଜ ସବୁ ଦିଗରୁ ଉନ୍ମୁକ୍ତ ଥିବାରୁ ବାହାର ଲୋକଙ୍କ ଅନୁପ୍ରବେଶ ଏହାର ପରିବେଶକୁ ଅସାନ୍ତ କରିବା ସହିତ ଏହାର ଶୈକ୍ଷୀକ ବାତାବରଣକୁ ନଷ୍ଟ କରୁଛି । ଜିଲ୍ଲା ପ୍ରଶାସନ ବିଭିନ୍ନ ସମୟରେ କଲେଜକୁ ବ୍ୟବହାର କରୁଥିବାରୁ ବିଦ୍ୟାର୍ଥୀମାନଙ୍କ ଶିକ୍ଷା ପ୍ରଦାନ ଦିବସ ମଧ୍ୟ ସଙ୍କୁଚିତ ହେଉଛି । ଷାଠିଏ ବର୍ଷ ଅତିକ୍ରାନ୍ତ କରିସାରିଥିବା  ଏହି କଲେଜ ଏବେବି ଅନେକ ସମସ୍ୟାରେ ଆକ୍ରାନ୍ତ । ଛାତ୍ରଛାତ୍ରୀମାନଙ୍କ ସଂଖ୍ୟା ବଢିବା ସହିତ ଅନୁଷ୍ଠାନର ଶ୍ରେଣୀକକ୍ଷ, ପରୀକ୍ଷାଗାର, ପାଠାଗାର, ଖେଳପଡିଆ ପ୍ରଭୃତିର ଆନୁପାତିକ ସଂପ୍ରସାରଣ ନହୋଇଥିବାରୁ ଅଭିଭାବକମାନଙ୍କ ପକ୍ଷରୁ ଉଦବେଗ ପ୍ରକାଶ ପାଇଥିଲା ।  ଏହି ବୈଠକ ସରକାରୀ ଚିଠି ବଳରେ ନହୋଇ କଲେଜ ପକ୍ଷରୁ ସ୍ୱତଃସ୍ପୁର୍ତ ଭାବରେ ଆହୁତ ହେବା ଉପରେ ସମସ୍ତେ ଗୁରୁତ୍ୱାରୋପ କରିଥିଲେ । ଏହି ସମ୍ମିଳନୀରେ କଲେଜର ସବୁ ବିଭାଗର ଅଧ୍ୟାପକ,ଅଧ୍ୟାପିକାମାନେ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଏହାକୁ ସଂପୂର୍ଣ୍ଣ ଭାବରେ ଅନୁଷ୍ଠିତ ହେବା ପାଇଁ ସର୍ବ ସମ୍ମତ ନିଷ୍ପତି ନିଆଯାଇଥିଲା  । କଲେଜର ସମସ୍ତ ସମ୍ମାନ ବିଭାଗର ମୁଖ୍ୟମାନେ ବୈଠକ ଗୁଡିକରେ ଅଧ୍ୟକ୍ଷତା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *