Tuesday , June 15 2021
Breaking News
Home / ଶିକ୍ଷା / କେନ୍ଦ୍ରାପଡା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି

କେନ୍ଦ୍ରାପଡା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି

କେନ୍ଦ୍ରାପଡା ୩୦/୧୦/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଶିକ୍ଷା ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି”ଇଚ୍ଛାପୁର ଉଚ୍ଚବିଦ୍ୟାଳୟ ପରିସରରେ ବୁଧବାର ପୂର୍ବାହ୍ନରେ   ମଣ୍ଡଳ ଶିକ୍ଷା ଅଧିକାରୀ  ଅନ୍ତର୍ଯ୍ୟାମି ନାୟକଙ୍କ  ସଭାପତିତ୍ୱ ଅନୁଷ୍ଠିତ ହୋଇଥିଲା ।  ଆଶୁକବି  ହେମନ୍ତ କୁମାର ଜେନାଙ୍କ ପରିଚାଳନାରେ ପ୍ରାୟୋଜିତ ସୁରଭି କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ ।  ଶିଶୁମାନଙ୍କ ପ୍ରତିଭାର ସାମଗି୍ରକ ବିକାଶ ପାଇଁ  ଶିକ୍ଷା ବିଭାଗ ସମସ୍ତ ପ୍ରକାର ପ୍ରୋତ୍ସାହନ  ଯୋଗାଇଦେବା ବୋଲି  ମୁଖ୍ୟ ଅତିଥି ଶ୍ରୀମତୀ ବେହେରା କହିଥିଲେ । ସମ୍ମାନୀତ ଅତିଥି ଭାବେ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ  ଭାଗିରଥି ନନ୍ଦ , ଇଚ୍ଛାପୁର ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ସାହୁ  ଯୋଗ ଦେଇ ଶିଶୁମାନଙ୍କୁ ପ୍ରୋତ୍ସାହିତ କରିଥିଲେ ।  ବିମଳ ପ୍ରସାଦ ପରିଡା ଓ ପ୍ରଭାତୀ ସ୍ୱାଇଁଙ୍କ ନିର୍ଦେଶନାରେ ତରାଣ୍ଡୋ ହାଇସ୍କୁଲ ଓ ରତ୍ନାକର ହାଇସ୍କୁଲର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଓ ସୁରଭି ସମ୍ବନ୍ଧିତ ସଂଗୀତ ପରିବେଷଣ କରିଥିଲେ ।  ଶିକ୍ଷକ ରାଧାନାଥ ମିଶ୍ର ଅତିଥି ପରିଚୟ ବିମଳ ପ୍ରସାଦ ପରିଡା ବେଦପାଠ କରିଥିବା ବେଳେ ସିଆରସିସି ବିଭୂ ପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କେନ୍ଦ୍ରାପଡା ବ୍ଲକ ଓ ପୈାରାଂଚଳ ଅନ୍ତର୍ଗତ ସମସ୍ତ ପ୍ରାଥମିକ,ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ଗୁଡିକର କ୍ଲଷ୍ଟର୍ ସ୍ତରୀୟ ଶିଶୁ ମହୋସôବରୁ ଉନ୍ନୀତ ପ୍ରତିଯୋଗୀମାନଙ୍କ ମଧ୍ୟରେ କୁଇଜ୍, ତର୍କ, ବକ୍ତୃତା, ଚିତ୍ରାଙ୍କନ, ସୃଜନାତ୍ମକ ଲିଖନ, ପ୍ରବନ୍ଧ, ସଂଗୀତ ଓ ନୃତ୍ୟ ପ୍ରଭୃତି  ପ୍ରତିଯୋଗୀତା  ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ  କେନ୍ଦ୍ରାପଡା ବିଧାୟକ  ଶଶୀଭୁଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁର ଅନ୍ତର୍ନିହିତ ଶକ୍ତିର ବିକାଶ ହିଁ ବିକଶିତ ରାଷ୍ଟ୍ର ଗଠନର ଉପଜୀବ୍ୟ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ  ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା  ଓ  ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡା ବ୍ଲକ୍ ଅଧ୍ୟକ୍ଷ ଅନାମବନ୍ଧୁ ଧଳ,ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଭାଗିରଥି ନନ୍ଦ  ଯୋଗ ଦେଇ  ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ  କରିଥିଲେ । ହେମନ୍ତ ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରାଜେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।  ସିଆରସିସି ବଳଦେବ ପ୍ରସାଦ ଜେନା , ଅନନ୍ତ ପରିଡା , ମହମଦ୍ ଜଲ୍ଲାଲଉଦ୍ଧିନ , ଗିରିଧାରୀ ସାହୁ , ମନମୋହନ ମିଶ୍ର ,ବିଭୁ ପ୍ରସାଦ ନାୟକ ଓ ଇଛାପୁର ନୋଡାଲ ହାଇସ୍କୁଲର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀମାନେ ପ୍ରମୁଖ ଉସôବ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *