Tuesday , June 15 2021
Breaking News
Home / ବିଶେଷ / କେନ୍ଦ୍ରାପଡା ବିଡିଓଙ୍କ ଭରତପୁର ପଂଚାୟତ ପରିଦର୍ଶନ

କେନ୍ଦ୍ରାପଡା ବିଡିଓଙ୍କ ଭରତପୁର ପଂଚାୟତ ପରିଦର୍ଶନ

କେନ୍ଦ୍ରାପଡା, ୦୪/୦୨/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସ ଭରତପୁର ଗ୍ରାମପଂଚାୟତକୁ ପରିଦର୍ଶନରେ ଯାଇ ଖଜିରିଆ ଶ୍ମସାନ ନିକଟରେ ମନରେଗା ଯୋଜନାରେ ଖନନ ହେଉଥିବା ୨ଟି ପୋଖରୀ,ଜଗନ୍ନାଥପୁର ଶ୍ମସାନ ପୋଖରୀ ସ୍ଥଳ ବୁଲି ଦେଖିବା ସହ ମେହେନ୍ଦିପୁର ଲାଲ ବାହାଦୂର ନୋଡାଲ ଉଚ୍ଚ ଶିକ୍ଷାଶ୍ରମରେ ୬ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ମଧ୍ୟାହ୍ନ ଭୋଜନ ପାଇଁ ନିର୍ମାଣ ହେବାକୁ ଥିବା ରୋଷେଇ ଘର ଓ ଡାଇନିଙ୍ଗ ହଲ ନିମନ୍ତେ ସଂପୃକ୍ତ ସାଇଡକୁ ବୁଲି ଦେଖିଥିଲେ । ଏଥିସହିତ ସେହି ବିଦ୍ୟାଳୟର ଉନ୍ନତିକରଣ ଓ ସୈାନ୍ଧର୍ଯ୍ୟକରଣ କାର୍ଯ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେଠାରେ ଉପସ୍ଥିତ ଥିବା ସରପଂଚ ଜୀନତପ୍ରିୟଦର୍ଶିନୀ ରାଉତଙ୍କୁ ପରାମର୍ଶ ଦେଇଥିଲେ । ଏହାବ୍ୟତିତ ଭରତପୁର ପଂଚାୟତକୁ ସବୁଜ ସୁନ୍ଦର ଓ ଏକ ଆଦର୍ଶ ପଂଚାୟତ ଭାବେ ଗଢିତୋଳିବାକୁ ଯତ୍ନବାନହେବା ପାଇଁ ପରାମର୍ଶ ଦେଇଥିଲେ । ବିଡିଓଙ୍କ ଗସ୍ତ ସମୟରେ ସହକାରୀ ଯନ୍ତ୍ରୀ ଆକୁଳି ଚରଣ ସାହୁ, କନିଷ୍ଠ ଯନ୍ତ୍ରୀ ସଶ୍ମିତା ନାୟକ, ପଂଚାୟତ ନିର୍ବାହୀ ଅଧିକାରୀ ଯଦୁମଣୀ ପ୍ରଧାନ ଓ ଜି.ଆର.ଏସ. କ୍ଷଣପ୍ରଭା ବେହେରା, ଶିକ୍ଷାଶ୍ରମର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ …

Leave a Reply

Your email address will not be published. Required fields are marked *