Saturday , June 19 2021
Breaking News
Home / ବିଶେଷ / କେନ୍ଦ୍ରାପଡା ତହସିଲରେ ଦାଖଲଖାରଜ କେଶ ଫଇସଲା ପରେବି ପଟ୍ଟା ମିଳୁନଥିବା ଅଭିଯୋଗ

କେନ୍ଦ୍ରାପଡା ତହସିଲରେ ଦାଖଲଖାରଜ କେଶ ଫଇସଲା ପରେବି ପଟ୍ଟା ମିଳୁନଥିବା ଅଭିଯୋଗ

କେନ୍ଦ୍ରାପଡା, ୨୯/୦୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ତହସିଲରେ ଦାଖଲଖାରଜ ମାମଲାର ଫଇସଲା ପରେବି ପଟ୍ଟା ମିଳୁନଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ତହସିଲର ଗରାପୁର ଗ୍ରାମର ଗୋପିନାଥ ଦାସ ଅଭିଯୋଗ କରିଛନ୍ତି ଯେ ତାଙ୍କ ଶଶୁରଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ସୀତା ଦାସ ଏବଂ ତାଙ୍କ ପତ୍ନୀଙ୍କ ଭଉଣୀ ଲଳିତା ଓ କବିତା କେନ୍ଦ୍ରାପଡା ତହସିଲରେ ଦାଖଲଖାରଜ କେଶ ନମ୍ବର – ୭୬୭/ ୨୦୧୬ ଏବଂ ୩୭୯୧/୨୦୧୬ରେ ଦରଖାସ୍ତ  କରିଥିଲେ । ଏହି ମାମଲାର ବିଚାର ଶେଷ ହୋଇ ଫଇସଲା ହୋଇଯିବା ପରେବି ସେମାନଙ୍କ ପଟ୍ଟା ପ୍ରଦାନ କରାଯାଉନଥିବା ଗୋପିନାଥ ବାରମ୍ବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେବି ଏପର୍ଯ୍ୟନ୍ତ ତାଙ୍କ ସମସ୍ୟାର ସମାଧାନ ହୋଇପାରିନାହିଁ । ତେଣୁ ଏହି ମାମଲାରେ ତୁରନ୍ତ ପଟ୍ଟା ପ୍ରଦାନ କରାଯିବାକୁ ସେ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି । ଜିଲ୍ଲାପାଳ କେନ୍ଦ୍ରାପଡା ତହସିଲଦାରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

୩୦ଗ୍ରାମ୍ ବ୍ରାଉନ ସୁଗାର ଜବତ କଲା ପାରାଦୀପ ଅବକାରୀ ଥାନା- ଅଭିଯୁକ୍ତ କୋର୍ଟ ଚାଲାଣ

ପାରାଦ୍ୱୀପ ୧୯/୦୬/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ଅବକାରୀ ଥାନା ଓ କୁଜଙ୍ଗ ପୋଲିସ ମିଳିତ ଭାବେ କୁଜଙ୍ଗ ମାଛ ବଜାରରେ ଚଢାଉ କରି …

Leave a Reply

Your email address will not be published. Required fields are marked *