Sunday , June 13 2021
Breaking News
Home / ବିଶେଷ / କେନ୍ଦ୍ରାପଡା ଟାଉନ ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

କେନ୍ଦ୍ରାପଡା ଟାଉନ ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

କେନ୍ଦ୍ରାପଡା ୧୯/୦୮/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଟାଉନ ଥାନାରେ ରବିବାର ପୂର୍ବାହ୍ନରେ ନୂତନ ଥାନା ଅଧିକାରୀ ଭାବେ ଇନିସପେକ୍ଟର ଜ୍ୟୋତିଶଙ୍କର ସାମନ୍ତରାୟ ଯୋଗଦେଇଥିବା ଜଣାପଡିଛି । ଇନିସପେକ୍ଟର ଶ୍ରୀ ସାମନ୍ତରାୟ ରାଜକନିକା ଥାନାର ଭାରପ୍ରାପ୍ତ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ଟାଉନ ଥାନା ଅଧିକାରୀ ଦେବାଶିଷ ମିଶ୍ରଙ୍କର ପୁରୀ ଜିଲ୍ଲାକୁ ବଦଳି ହେବା ପରେ ଶ୍ରୀ ମିଶ୍ରଙ୍କୁ ପୂର୍ବରୁ ଏଠାରୁ ଭାରମୁକ୍ତ କରିଦିଆଯାଇଥିଲା । ନୂତନ ଥାନା ଅଧିକାରୀ ଭାବେ ଯୋଗଦେଇଥିବା ଶ୍ରୀ ସାମନ୍ତରାୟ ସହରର ଆଇନଶୃଙ୍ଖଳା ପରିସ୍ଥିତିକୁ ସଜାଡିବା ସହ ସହରକୁ ଅପରାଧୀମୁକ୍ତ କରିବା ଦିଗରେ ପ୍ରଥମିକତା ଦେବେ ବୋଲି କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ମହାପ୍ରଭୁ ତୁଳସୀକ୍ଷେତ୍ରାଧିପତି ଶ୍ରୀ ବଳଦବଜୀଉଙ୍କ ରଥଯାତ୍ରା ବନ୍ଦ କରିବା : ଜନଭାବନା ବିରୋଧି ଓ ଆଧାରହୀନ ନିଷ୍ପତି

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ରାଜ୍ୟ ସରକାର ମହପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଶ୍ରୀକ୍ଷେତ୍ର ପୁରୀରେ ହେବ ବୋଲି ଘୋଷଣା …

Leave a Reply

Your email address will not be published. Required fields are marked *