Saturday , July 31 2021
Breaking News
Home / ବିଶେଷ / କେନ୍ଦ୍ରାପଡା ଜୁଭେନାଇଲ ଜଷ୍ଟିସ ବୋର୍ଡ ସଦସ୍ୟ ଜାତୀୟ କର୍ମଶାଳା ପାଇଁ ମନୋନୀତ

କେନ୍ଦ୍ରାପଡା ଜୁଭେନାଇଲ ଜଷ୍ଟିସ ବୋର୍ଡ ସଦସ୍ୟ ଜାତୀୟ କର୍ମଶାଳା ପାଇଁ ମନୋନୀତ

କିଶୋର ନ୍ୟାୟ ପରିଷଦ ସଦସ୍ୟଙ୍କ ଗୈାହାଟି ଗସ୍ତ 

କେନ୍ଦ୍ରାପଡ଼ା,୦୪/୦୯/୨୦୧୯(ଓଡ଼ିଶା ସମାଚାର)- ଚଳିତ ସେପ୍ଟେମ୍ବରମାସ ୧୨ ଓ ୧୩ ତାରିଖ ଦୁଇଦିନ ଧରି  ଆସାମର ଗୈାହାଟୀ ଠାରେ ଯୈ।ନ ଶୋଷଣରୁ ଶିଶୁଙ୍କୁ ସୁରକ୍ଷା (ପୋକସୋ) ଆଇନ – ୨୦୧୨ ସମ୍ପର୍କରେ ଅନୁଷ୍ଠିତ ଜାତୀୟ ଆଇନ ସଚେତନତା କର୍ମଶାଳାରେ ଯୋଗଦେବା ପାଇଁ କେନ୍ଦ୍ରାପଡା ଜୁଭେନାଇଲ ଜଷ୍ଟିଷ ବୋର୍ଡର ସଦସ୍ୟ ରବିନ୍ଦ୍ର ପ୍ରସାଦ ଜେନା ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ମନୋନ୍ୱିତ ହୋଇଛନ୍ତି ।  ସାରାଦେଶର ବିଭିନ୍ନ ରାଜ୍ୟରୁ  ଓ  ଓଡିଶାର ବିଭିନ୍ନ ଜିଲ୍ଲାରୁ କିଶୋର ନ୍ୟାୟ ପରିଷଦର ସଦସ୍ୟ  ଏବଂ  ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଓ  ସଭ୍ୟମାନେ ଏହି ସଚେତନତା କର୍ମଶାଳାରେ ଯୋଗଦେବାକୁ ମନୋନୀତ ହୋଇଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରୁ ଜେଜେବିର ସଦସ୍ୟ ଶ୍ରୀ ଜେନା  ମନୋନୀତ ହୋଇଥିବା ଜଣାପଡିଛି ।  ଗୈାହାଟିର ନିପସିସିଡି ଠାରେ ଭାରତର ପୂର୍ବାଂଚଳୀୟ କର୍ମଶାଳା ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ଯୈ।ନ ଶୋଷଣରୁ ଶିଶୁମାନଙ୍କୁ  ସୁରକ୍ଷା ସମ୍ପର୍କୀତ ନିୟମ ଓ ଆଇନ – ୨୦୧୨ ଓ ପରବର୍ତୀ ନୂତନ ଆଇନ ସମ୍ପର୍କରେ ବ୍ୟାପକ ତାଲିମ ପ୍ରଦାନ କରାଯିବ । ଓଡ଼ିଶା ସମାଚାର

About admin

Check Also

ବିଭିନ୍ନ ରାସ୍ତା ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ସାଂସଦ ଓ ବିଧାୟକ

ପରଜଙ୍ଗ, ୩୧/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି ଓଡିଶା ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସାଆନ୍ଦା …

Leave a Reply

Your email address will not be published. Required fields are marked *