Friday , June 18 2021
Breaking News
Home / ବିଶେଷ / କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏକ ଜୀବନରକ୍ଷାକାରୀ ଆମ୍ବୁଲାନ୍ସ ପ୍ରଦାନ କଲେ ସାଂସଦ ଅନୁଭବ ମହାନ୍ତି

କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏକ ଜୀବନରକ୍ଷାକାରୀ ଆମ୍ବୁଲାନ୍ସ ପ୍ରଦାନ କଲେ ସାଂସଦ ଅନୁଭବ ମହାନ୍ତି

କେନ୍ଦ୍ରାପଡା, ୨୪/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ଲୋକସଭା ସାଂସଦ ଅନୁଭବ ମହାନ୍ତି ତାଙ୍କ ସାଂସଦ ଆଂଚଳିକ ଉନ୍ନୟନ ପାଣ୍ଠିରୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏକ ନୂତନ ଜୀବନରକ୍ଷାକାରୀ ଆମ୍ବୁଲାନ୍ସ ଯୋଗାଇ ଦେଇଛନ୍ତି । ସେହି ଆମ୍ବୁଲାନ୍ସରେ ଭେଂଟିଲେଟର ବ୍ୟବସ୍ଥା ରହିଛି । ମୁଖ୍ୟତଃ କରୋନା ମହାମାରୀ ସଂକ୍ରମଣ ସମୟରେ ରୋଗୀମାନେ ସେହି ଆମ୍ବୁଲାନ୍ସରେ ଭେଂଟିଲେଟର ସୁବିଧା ସହ ଗୋଟିଏ ହସପିଟାଲରୁ ଜରୁରୀ ଆବଶ୍ୟକତା ସମୟରେ ଅନ୍ୟ ହସପିଟାଲକୁ ସ୍ଥାନାନ୍ତର ହୋଇପାରିବେ । ଏନେଇ ସାଂସଦ ଶ୍ରୀ ମହାନ୍ତି କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଗତ ସେପ୍ଟେମ୍ବରମାସରେ  ପତ୍ର ନମ୍ବର-୧୮୨/୧୧.୦୯.୨୦୨୦ରିଖରେ ଏକ ପତ୍ରଲେଖି ତାଙ୍କ ସାଂସଦ ଆଂଚଳିକ ଉନ୍ନୟନ ପାଣ୍ଠିରୁ ଏଥିନିମନ୍ତେ ଅର୍ଥ ମଞ୍ଜୁର କରିବାକୁ ନିର୍ଦେଶ ଦେଇଥିଲେ ବୋଲି ତାଙ୍କ କେନ୍ଦ୍ରାପଡା ବ୍ଲକ ପ୍ରତିନିଧି ଦୁର୍ଗାଶିଷ ମହାନ୍ତି କହିଛନ୍ତି । ଏସମ୍ପର୍କରେ ଏଡିଏମଓ  ଡା. ସଚିଦାନନ୍ଦ ମିଶ୍ର କୁହନ୍ତି ଏହି ଆମ୍ବୁଲାନ୍ସ କୋଭିଡ ସଂକ୍ରମିତ ଗୁରୁତର ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ଓ ଭୂବନେଶ୍ୱରର ବିଭିନ୍ନ  ସ୍ୱତନ୍ତ୍ର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରିବ । ଓଡ଼ିଶା ସମାଚାର

About admin

Check Also

ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ସ୍ୱେଛାକୃତ ରକ୍ତଦାନ ଶିବିର 

ରଘୁନାଥପୁର,୧୮/୦୬/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ପୁରଣ ଓଡ଼ପଡ଼ାସ୍ଥିତ ପ୍ରମିଳା ମଣ୍ଡପରେ ଡଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର …

Leave a Reply

Your email address will not be published. Required fields are marked *