Wednesday , August 4 2021
Breaking News
Home / କ୍ରୀଡ଼ା / କେନ୍ଦ୍ରାପଡା ଜିଲ୍ଲା ମହିଳା ଫୁଟବଲ ଦଳ ୫-୦ଗୋଲରେ ବିଜୟୀ 

କେନ୍ଦ୍ରାପଡା ଜିଲ୍ଲା ମହିଳା ଫୁଟବଲ ଦଳ ୫-୦ଗୋଲରେ ବିଜୟୀ 

କେନ୍ଦ୍ରାପଡା,୨୦/୦୨/୨୦୨୧ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ମହିଳା ଫୁଟବଲଦଳ ମନୋନୀତ ହୋଇ ଆନ୍ତଃ ଜିଲ୍ଲା ଫୁଟବଲ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ପାଇଁ ଝାରସୁଗୁଡା ଗସ୍ତରେ ଯାଇଥିବା ବେଳେ ପ୍ରଥମ ଦିବସ ଖେଳରେ କେନ୍ଦ୍ରାପଡା  ଜିଲ୍ଲାର ମହିଳା ଫୁଟବଲଦଳ କେଉଁଝର ଦଳକୁ ୫-୦ ଗୋଲରେ ହରାଇ ବିଜୟୀ ହୋଇଛନ୍ତି । ଏହି ଦଳରେ ଭାଗନେଇଥିବା ଖେଳାଳିମାନେ ହେଉଛନ୍ତି ମନିଷା, ସ୍ମିତା, ସସ୍ମିତା, ରାଜେଶ୍ୱରୀ, କ୍ରୀଷ୍ଣା, ଶିଖା, ସଙ୍ଘମିତ୍ରା, ଅମୀୟବାଳା, ସୁହାଶିନୀ, ଲିଲି, ପୂର୍ଣ୍ଣିମା, ସ୍ୱନନ୍ଦିତା,ଜ୍ୟୋତ୍ସ୍ନା ଏବଂ କୋଚ ହେଉଛନ୍ତି ସୁଶାନ୍ତ ମଲ୍ଲିକ  ବୋଲି ଜିଲ୍ଲା କ୍ରୀଡା ସମ୍ପାଦକ ସୟଦ ଅକମଲ ଅଲ୍ଲୀ ଜଣାଇଛନ୍ତି । ମହିଳା ଫୁଟବଲ ଦଳର ଏହି ବିଜୟ ପାଇଁ ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ଖେଳାଳିମାନଙ୍କୁ ଶୁଭେଛା ଓ କୃତଜ୍ଞତା ଜ୍ଞାପନ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଆନ୍ତର୍ଜାତିକ ଯୋଗ ଦିବସ ପାଳିତ 

ଗରଦପୁର,୨୧/୦୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ପାଖଡ଼ ପଂଚାୟତସ୍ଥିତ ଶିତଳପାଟଣା ଗ୍ରାମର ଶିତଳେଶ୍ୱର ମହାଦେବ ପ୍ରାଙ୍ଗଣରେ ଆଜି ଆନ୍ତର୍ଜାତିକ ଯୋଗ …

Leave a Reply

Your email address will not be published. Required fields are marked *