Wednesday , August 4 2021
Breaking News
Home / ବିଶେଷ / କେନ୍ଦ୍ରାପଡା ଜିଲ୍ଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ ବସ କର୍ମଚାରୀଙ୍କୁ ରାସନ ଯୋଗାଣ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା ଜିଲ୍ଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ ବସ କର୍ମଚାରୀଙ୍କୁ ରାସନ ଯୋଗାଣ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, ୨୯/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଘରୋଇ ବସମାଲିକ ସଙ୍ଘ ପକ୍ଷରୁ କୋଭିଡ-୧୯ ଲକଡାଉନ ସମୟରେ ଅତ୍ୟନ୍ତ ଦୁସ୍ଥିତି ପରିସ୍ଥିତି ଦେଇ ଗତି କରୁଥିବା ବସ କର୍ମଚାରୀମାନଙ୍କୁ ରାସନ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି । ବିଗତ ୩ମାସ ଧରି କୋଭିଡ ସଂକ୍ରମଣ ଯୋଗୁଁ ବସ ସେବା ବନ୍ଦ କରିଥିବାରୁ ବସ କର୍ମଚାରୀମାନେ କାମ ନପାଇ ସେମାନଙ୍କ ପରିବାର ଚଳାଇବାକୁ ଅତ୍ୟନ୍ତ କଷ୍ଟକର ପରିସ୍ଥିତି ମଧ୍ୟଦେଇ ଗତି କରୁଛନ୍ତି । ସେମାନଙ୍କ ପରିବାରକୁ ଦାନା ଯୋଗାଇବାରେ କର୍ମଚାରୀମାନଙ୍କ ପକ୍ଷେ ଅସମ୍ଭବ ହୋଇପଡିଛି । ଅନ୍ୟ କେହି ମଧ୍ୟ ଏଭଳି ଅସୁବିଧା ସମୟରେ ସେମାନଙ୍କୁ ସହାୟତା ଯୋଗାଇଦେଇ ନାହାନ୍ତି । ରାଜ୍ୟ ଘରୋଇ ବସ ମାଲିକ ସଂଘ ଏଥିନିମନ୍ତେ ସେହି କର୍ମଚାରୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛି । କିନ୍ତୁ ଏପର୍ଯ୍ୟନ୍ତ ସେହି ଦାବି ପୁରଣ ହୋଇନାହିଁ । ଏଭଳି ପରିସ୍ଥିତିରେ ଜିଲ୍ଲାପାଳଙ୍କ ଜରିଆରେ ଘରୋଇ ବସ କର୍ମଚାରୀମାନଙ୍କୁ ଅନୁ୍ୟନ୍ୟ ୫ହଜାର ଟଙ୍କା ଲେଖାଁଏ ଆର୍ଥିକ ସହାୟତା ପ୍ରଦାନ କରାଯିବାକୁ ସଙ୍ଘ ପକ୍ଷରୁ ସଭାପତି ରେବତୀରମଣ ଦାସ ଓ ସାଧାରଣ ସମ୍ପାଦକ ଅଶୋକ କୁମାର ଲେଙ୍କା ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଏଥିସହିତ ଏହି ଦାବିପତ୍ର କେନ୍ଦ୍ରାପଡା ବିଧାୟକ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ  ମଧ୍ୟ ପ୍ରଦାନ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ଜିଲ୍ଲାରେ ରାସ୍ତା ଦୁର୍ଘଟଣା : ମୃତ ଶ୍ରମିକଙ୍କ ଶବ ରଖି ଜଗତସିଂହପୁର ଜିଲ୍ଲାରେ କ୍ଷତି ପୂରଣ ଦାବି କେତେ ଯୁକ୍ତିଯୁକ୍ତ

ପାରାଦୀପ ୦୩/୦୮/୨୦୨୧(ଓଡ଼ିଶା ସମାଚାର)- ଗତ ଜୁଲାଇ ଦୁଇ ତାରିଖ ସକାଳେ କେନ୍ଦ୍ରପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ନୂଆଗାଁ ର …

Leave a Reply

Your email address will not be published. Required fields are marked *