Friday , June 18 2021
Breaking News
Home / ବିଶେଷ / କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘର ସଭାପତି ଆଶୁତୋଷ ସମ୍ପାଦକ ଅଜିମୁଦ୍ଧିନ ନିର୍ବାଚିତ

କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘର ସଭାପତି ଆଶୁତୋଷ ସମ୍ପାଦକ ଅଜିମୁଦ୍ଧିନ ନିର୍ବାଚିତ

କେନ୍ଦ୍ରାପଡା, ୩୦/୦୩/୨୦୨୧(ଓଡ଼ିଶା ସମାଚାର)-ବରିଷ୍ଠ ଆଇନଜୀବି ଆଶୁତୋଷ ମହାନ୍ତି ଜିଲ୍ଲା ଓକିଲ ସଙ୍ଘର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘର ସଭାପତି ପାଇଁ ତିନିଜଣ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଆଶୁତୋଷ ମହାନ୍ତି ୨୧୭ଟି ଭୋଟ ପାଇଥିବା ବେଳେ ପୂର୍ବତନ ପୌରାଧ୍ୟକ୍ଷ ତଥା ଆଇନଜୀବି ଧିରେନ କୁମାର ସାହୁ ୧୬୩ଟି ଏବଂ ବିଜୟ ପରିଡା୫୦ଟି ଭୋଟ ପାଇଛନ୍ତି । ସେହିପରି ସାଧାରଣ ସମ୍ପାଦକ ପଦ ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଥିବା ୪ଜଣଙ୍କ ମଧ୍ୟରୁ ସେକ ଅଜିମୁଦ୍ଧିନ ୨୦୯ଟି ଭୋଟ ପାଇଥିବା ବେଳେ ଦେବ କିଶୋର କର ୧୪୮ଟି, ତମସା ପାତ୍ର ୩୮ଟି ସୁଶ୍ରୀ ନାୟକ ୩୭ଟି ଭୋଟ ପାଇଛନ୍ତି । ଶନିବାର ଅନୁଷ୍ଠିତ ଏହି ନିର୍ବାଚନରେ ଜିଲ୍ଲା ଓକିଲ ସଙ୍ଘର ସଭାପତି ଭାବେ ଆଶୁତୋଷ ମହାନ୍ତି ନିର୍ବାଚିତ ହୋଇଥିବା ବେଳେ , ଉପସଭାପତି ଭାବେ ଜୀତେନ୍ଦ୍ର କୁମାର ମହାନ୍ତି, ସାଧାରଣ ସମ୍ପାଦକ ଭାବେ ସେକ ଅଜିମୁଦ୍ଧିନ ନିର୍ବାଚିତ ହୋଇଛନ୍ତି । ସେହିପରି ଯୁଗ୍ମ ସମ୍ପାଦକ ଭାବେ ଅକ୍ଷୟ କୁମାର ସ୍ୱାଇଁ ଓ କାର୍ଯ୍ୟକାରୀ କମିଟିର ମହିଳା ସଦସ୍ୟା ଭାବରେ ସୈାଦାମିନି ଜେନା ନିର୍ବାଚିତ ହୋଇଥିବା ବେଳେ କୋଷାଧ୍ୟକ୍ଷ ଭାବେ ନିରାକାର ପ୍ରଧାନ, ଲାଇବ୍ରେରୀଆନ ଭାବେ ସୁଧାଂଶୁ କୁମାର ମହାପାତ୍ର ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବରେ ସୁବାଷ କୁମାର ରାଉତ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ବୋଲି ନିର୍ବାଚନ ଅଧିକାରୀ ଆଇନଜୀବି ପ୍ରଦୀପ୍ତ କୁମାର ମହାନ୍ତି ଘୋଷଣା କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ସ୍ୱେଛାକୃତ ରକ୍ତଦାନ ଶିବିର 

ରଘୁନାଥପୁର,୧୮/୦୬/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ପୁରଣ ଓଡ଼ପଡ଼ାସ୍ଥିତ ପ୍ରମିଳା ମଣ୍ଡପରେ ଡଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର …

Leave a Reply

Your email address will not be published. Required fields are marked *