Sunday , June 20 2021
Home / ବିଶେଷ / କେନ୍ଦ୍ରାପଡା ଜିଲ୍ଲାରେ ୨ଜଣ ଡିଏସପି ଓ ଜଣେ ଏସଡିପିଓଙ୍କୁ ନିଯୁକ୍ତି

କେନ୍ଦ୍ରାପଡା ଜିଲ୍ଲାରେ ୨ଜଣ ଡିଏସପି ଓ ଜଣେ ଏସଡିପିଓଙ୍କୁ ନିଯୁକ୍ତି

କେନ୍ଦ୍ରାପଡ଼ା, ୧୮/୦୪/୨୦୨୧(ଓଡ଼ିଶା ସମାଚାର)- ପୋଲିସ ମହାନିର୍ଦେଶକଙ୍କ ଦ୍ୱାରା ଜାରି ନିର୍ଦେଶନାମା ଅନୁଯାଇ ପଦୋନ୍ନତି ପାଇଥିବା ଢେଙ୍କାନାଳ ଜିଲ୍ଲାର ଇନିସପେକ୍ଟର ସନ୍ଧ୍ୟାରାଣୀ ବେହୁରିଆଙ୍କୁ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଏସଡିପିଓ ଭାବେ ନିଯୁକ୍ତି  ପ୍ରଦାନ କରାଯାଇଥିବା ବେଳେ କେନ୍ଦ୍ରାପଡା ଡିଏସପି ହେଡକ୍ୱାଟର ଭାବେ ଭଦ୍ରକ ଜିଲ୍ଲାର ଇନିସପେକ୍ଟର ରମେଶ ଚନ୍ଦ୍ର ସିଂ ଓ   ଡିଏସପି (ଡି.ଆଇ.ବି.) ଭାବେ କମିଶନରେଟ ପୋଲିସର ଇନିସପେକ୍ଟର ଲକ୍ଷ୍ମୀନାରାୟଣ ତିୱାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେହିପରି କେନ୍ଦ୍ରାପଡା ସଦର ଥାନାର ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକଙ୍କୁ ପଦୋନ୍ନତି ପରେ ଯାଜପୁର ଜିଲ୍ଲା ପିସିଆର ସେଲର ଡିଏସପି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି ।  ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *