Monday , June 14 2021
Breaking News
Home / ସ୍ୱାସ୍ଥ୍ୟ / କେନ୍ଦ୍ରାପଡା ଜିଲ୍ଲାରେ ଆଜି ୭୫ କରୋନା ପଜିଟିଭ, ୬ଟି ବ୍ଲକର ୧୩ଟି ଗ୍ରାମ କଂଟେନମେଂଟ ଜୋନ ଘୋଷିତ

କେନ୍ଦ୍ରାପଡା ଜିଲ୍ଲାରେ ଆଜି ୭୫ କରୋନା ପଜିଟିଭ, ୬ଟି ବ୍ଲକର ୧୩ଟି ଗ୍ରାମ କଂଟେନମେଂଟ ଜୋନ ଘୋଷିତ

କେନ୍ଦ୍ରାପଡ଼ା, ୨୯/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାରେ ଶନିବାର ୭୫ ଜଣ କରୋନା ପଜିଟିଭ ବାହାରିଥିବା ବେଳେ ୬ଟି ବ୍ଲକର ୧୩ଟି ଗ୍ରାମକୁ କରୋନା ସଂକ୍ରମଣ ବୃଦ୍ଧି ହେତୁ କଂଟେନମେଂଟ ଜୋନ ଭାବରେ ଘୋଷଣା କରାଯାଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଆଳି ବ୍ଲକରେ ୪ଟି କରୋନା ପଜିଟିଭ କେଶ ବାହାରିଥିବା ବେଳେ ଡେରାବିଶି ବ୍ଲକରେ ୧୩, ଗରଦପୁର ବ୍ଲକରେ ୧, କେନ୍ଦ୍ରାପଡା ବ୍ଲକରେ ୧୩, ମହାକାଳପଡା ବ୍ଲକରେ ୧୨, ମାର୍ଶାଘାଇ ବ୍ଲକର ୧୧, ପଟ୍ଟାମୁଣ୍ଡାଇ ବ୍ଲକରେ ୧୧, ରାଜକନିକା ବ୍ଲକରେ୧, ରାଜନଗର ବ୍ଲକର ୧ ଏବଂ କେନ୍ଦ୍ରାପଡା ପୌରାଂଚଳରେ ୮ ଜଣ କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି । ସେହିପରି ଜିଲ୍ଲାର କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରେଇ ଗ୍ରାମର ୫,୬,୧୨,୧୭ ଓ ୨୨ନମ୍ବର ୱାର୍ଡକୁ, ଜମଧର ଗ୍ରାମର ୬ନମ୍ବର ୱାର୍ଡକୁ ଏବଂ ଇନ୍ଦୁପୁର ଗ୍ରାମର ୧, ୪, ୯, ୧୧ ଓ ୧୨ନମ୍ବର ୱାର୍ଡକୁ ଚଳିତମାସ ୨୮ତାରିଖରୁ ଜୁନମାସ ୩ତାରିଖ ପର୍ଯ୍ୟନ୍ତ କଂଟେନମେଂଟ ଜୋନ ଘୋଷଣା କରାଯାଇଥିବା ବେଳେ ଡେରାବିଶି ବ୍ଲକର ଚାନ୍ଦୋଳ ପଂଚାୟତର ଭଣଗାଁ ଗ୍ରାମର ୯ନମ୍ବର ୱାର୍ଡକୁ, ପଟ୍ଟାମୁଣ୍ଡାଇ ବ୍ଲକର ନରସିଂହପୁର ପଂଚାୟତର ଅଇନିପଡା ଗ୍ରାମର ୯ନମ୍ବର ୱାର୍ଡକୁ, ଖଡିଅଂଟା ପଂଚାୟତର ଜିଗରଣ ଗ୍ରାମର ୧୧ନମ୍ବର ୱାର୍ଡକୁ ଓ ସାନଜରିଆ ଗ୍ରାମର ୧୦ନମ୍ବର ୱାର୍ଡକୁ,ମହାକାଳପଡା ବ୍ଲକର ଅମେଇପାଳ ଗ୍ରାମର ୨ନମ୍ବର ୱାର୍ଡ,ଜୟଚନ୍ଦ୍ରପୁର ପଂଚାୟତର ସାନଗାଁ ଗ୍ରାମର ୯ନମ୍ବର ୱାର୍ଡ ଓ ଜଦୁପୁର ପଂଚାୟତର କଳାଗଡ ଗ୍ରାମର ୩ନମ୍ବର ୱାର୍ଡ, ଆଳି ବ୍ଲକର ତୁଙ୍ଗା ପଂଚାୟତର ଏଣ୍ଡଳ ଗ୍ରାମ ଓ ସଂସିଦା ପଂଚାୟତର ଠାକୁରପାଟଣା ଗ୍ରାମକୁ ଏବଂ ମାର୍ଶାଘାଇ ବ୍ଲକର ଦୁମୁକା ପଂଚାୟତର କାନପୁର ଗ୍ରାମର ୧ନମ୍ବର ୱାର୍ଡକୁ କଂଟେନମେଂଟ ଜୋନ ଘୋଷଣା କରାଯାଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

୪୮୫୨ କରୋନା ସଂକ୍ରମିତ ଚିହ୍ନଟ – ୪୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୨/୦୬/୨୦୨୧(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ୪୮୫୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ …

Leave a Reply

Your email address will not be published. Required fields are marked *