Monday , June 21 2021
Breaking News
Home / ଶିକ୍ଷା / କେନ୍ଦ୍ରାପଡା କଲେଜ ସାମାଜିକ ବିଜ୍ଞାନ ବିଭାଗରେ ଗୁରୁପୂଜନ

କେନ୍ଦ୍ରାପଡା କଲେଜ ସାମାଜିକ ବିଜ୍ଞାନ ବିଭାଗରେ ଗୁରୁପୂଜନ

କେନ୍ଦ୍ରାପଡା ୦୫/୦୯/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମାଜବିଜ୍ଞାନ ବିଭାଗରେ ପବିତ୍ର ଗୁରୁଦିବସ ଉପଲକ୍ଷେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସମାଜବିଜ୍ଞାନ ବିଭାଗ ସେମିନାର ହଲରେ ଅନୁଷ୍ଠିତ ଗୁରୁପୂଜନ ଉସôବରେ ବିଭାଗୀୟ ମୁଖ୍ୟ ତଥା କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଯୋଗଦେଇ ଆମର ଐତିହ୍ୟ, ପରମ୍ପରା ଓ ସଂସ୍କୃତିରେ ଗୁରୁପୂଜନ ଏକ ଶ୍ରେଷ୍ଠ  ପରମ୍ପରା  ବୋଲି ମତବ୍ୟକ୍ତ କରି ଗୁରୁପୂଜନ ଦ୍ୱାରା ଛାତ୍ରଛାତ୍ରୀମାନଙ୍କର  କିଭଳି  ଉତରୋତର ଉନ୍ନତି ସାଧିତ ହୋଇଥାଏ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।  ଏହି ଅବସରରେ ପ୍ରଫେସର ଡଃ.  ତ୍ରିପାଠୀଙ୍କ ସମେତ ସମାଜବିଜ୍ଞାନ ବିଭାଗର ଅଧ୍ୟାପିକା ଡଃ.ସୁଷମା ଶତପଥୀ, ଡଃ.ସରୋଜିନୀ ମହାପାତ୍ର, ମଧୁସ୍ମିତା ସିଂ, ମୀନତି କାଣ୍ଡି, ଅନ୍ୱେଶା ମହାଭୋଇ, ସାଇନାଜ ଖାତୁନ ପ୍ରମୁଖଙ୍କୁ ବିଭାଗର ଛାତ୍ରଛାତ୍ରୀମାନେ ଫୁଲ,ଚନ୍ଦନ ପ୍ରଭୃତିରେ ପୂଜା କରିବା ସହିତ  ମିଷ୍ଟାନ୍ନ ପ୍ରଦାନ ପୂର୍ବକ ଆଶିର୍ବାଦ ଭିକ୍ଷା କରିଥିଲେ । ଏହାପରେ ବିଭାଗୀୟ ମୁଖ୍ୟ ତଥା କଲେଜ ଅଧ୍ୟକ୍ଷ  ପ୍ରଫେସର ଡଃ.  ତ୍ରପାଠୀ  କେକ କାଟିବା ପରେ ତାହା ସମସ୍ତ ଅଧ୍ୟାପକ,ଅଧ୍ୟାପିକାମାନଙ୍କୁ ପ୍ରଦାନ କରାଯାଇଥିଲା । ବିଭାଗର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନେ ଛାତ୍ରଛାତ୍ରୀମାନଙ୍କୁ ଆଶିର୍ବାଦ ଦେଇ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *