Friday , June 18 2021
Breaking News
Home / ବିଶେଷ / କେନ୍ଦ୍ରାପଡା କଲେଜ ପୂର୍ବତନ ପ୍ରାଧ୍ୟାପକଙ୍କ ବିୟୋଗରେ ଶୋକସଭା

କେନ୍ଦ୍ରାପଡା କଲେଜ ପୂର୍ବତନ ପ୍ରାଧ୍ୟାପକଙ୍କ ବିୟୋଗରେ ଶୋକସଭା

କେନ୍ଦ୍ରାପଡା,୧୭/୦୯/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ରଜତ ମହାନ୍ତିଙ୍କ ବିୟୋଗରେ ମଙ୍ଗଳବାର ପୂର୍ବାହ୍ନରେ କଲେଜ ପରିସରରେ କଲେଜ ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପ୍ରାଧ୍ୟାପକ ସୂର୍ଗତ ମହାନ୍ତିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସୂର୍ଗତ ମହାନ୍ତି ଜଣେ ଛାତ୍ର ବସôଳ ଓ କର୍ତବ୍ୟନିଷ୍ଠ ଶିକ୍ଷକ ଥିଲେ । ତାଙ୍କ ନିଷ୍ଠା ଓ ଅଧ୍ୟବସାୟ ବଳରେ ସେ ବହୁ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି କରିବା ସହିତ ଗଣିତ ପାଠକୁ ସେ ପିଲାମାନଙ୍କୁ ବୋଧଗମ୍ୟ କରି ପଢାଇପାରୁଥିଲେ । ବାସସ୍ଥାନ ବାଲେଶ୍ୱର ହେଲେବି ଜୀବନର ଅର୍ଦ୍ଧାଧିକ ସମୟ ତାଙ୍କର କେନ୍ଦ୍ରାପଡାରେ ବିତିଛି । ଗଣିତ ତାଙ୍କ ପାଇଁ ପାଠ ହେଇନଥିଲା । ସେ ତାଙ୍କ ପିଲାମାନଙ୍କ ନାମକରଣ ଗଣିତର ସେଙ୍କତ ଯଥା ବିଟା,ଗାମା,ଥିଟା ଅନୁସାରେ ଦେଇଥିଲେ । ଏହା ଥିଲା ତାଙ୍କ ଜୀବନର ରାହା । ଏହି ସ୍ମୃତିସଭାରେ ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା, ଡଃ.ଅନ୍ନପୂର୍ଣ୍ଣା ସୁଆର, ପ୍ରାଧ୍ୟାପକ ତପନ କୁମାର ପତି, ତ୍ରିଲୋଚନ ପ୍ରଧାନ, ରାମଚନ୍ଦ୍ର ପାତ୍ର, ଡଃ.ଶ୍ରୀଧର ସାମଲ, ଅଶୋକ କୁମାର ଦାସ,ରଞ୍ଜିତ କୁମାର ଦାସଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଗଣିତ ବିଭାଗର ଛାତ୍ରଛାତ୍ରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ କଲେଜ ପକ୍ଷରୁ ସୂର୍ଗତ ମହାନ୍ତିଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ଉଦେଶ୍ୟରେ ଏକ ଶୋକବାର୍ତା ପଠାଯାଇଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ମଧ୍ୟବିତଙ୍କୁ ମହଙ୍ଗା ମାଡ -ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ ଦାବି

କେନ୍ଦ୍ରାପଡ଼ା, ୧୭/୦୬/୨୦୨୧(ଓଡ଼ିଶା ସମାଚାର)-ମହାମରୀର ଦୁର୍ବିସହ ସମୟରେ ଖାଉଟି ସାମଗ୍ରୀର ଅତ୍ୟଧିକ ମୂଲ୍ୟ ବୃଦ୍ଧିକୁ ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘ ପକ୍ଷରୁ …

Leave a Reply

Your email address will not be published. Required fields are marked *