Wednesday , August 4 2021
Breaking News
Home / ଶିକ୍ଷା / କେନ୍ଦ୍ରାପଡା କଲେଜ ଇତିହାସ ସମ୍ମାନ ବିଭାଗର ଆଲୋଚନାଚକ୍ର

କେନ୍ଦ୍ରାପଡା କଲେଜ ଇତିହାସ ସମ୍ମାନ ବିଭାଗର ଆଲୋଚନାଚକ୍ର

କେନ୍ଦ୍ରାପଡା, ୦୧/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଇତିହାସ ସମ୍ମାନ ବିଭାଗ ପକ୍ଷରୁ ଅନୁଷ୍ଠିତ “ଭାରତୀୟ ଜାତୀୟ ଆନ୍ଦୋଳନ ଓ ଗାନ୍ଧୀ” ଶିର୍ଷକ ଆଲୋଚନାଚକ୍ରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠି ଉଦଘାଟନ କରିଛନ୍ତି । ଏଥିରେ ବିଷୟ ବିଶାରଦ ଭାବରେ ଭୂବନେଶ୍ୱରସ୍ଥିତ ଆଂଚଳିକ ଶିକ୍ଷକ ତାଲିମ କେନ୍ଦ୍ରର ଇତିହାସ ବିଭାଗ ପ୍ରଫେସର ପ୍ରିତୀଶ ଆଚାର୍ଯ୍ୟ ଯୋଗଦେଇ କହିଥିଲେ ଗାନ୍ଧୀ ଜଣେ କ୍ରମ ବିକଶିତ ବ୍ୟକ୍ତିତ୍ୱ । ଜଣେ ସାଧାରଣ ଛାତ୍ରରୁ ସତ୍ୟ, ଅହିଂସା ଓ ଭୟଶୂନ୍ୟତାକୁ ଜୀବନରେ ପ୍ରୟୋଗକରି ସେ ଅସାଧାରଣ ବ୍ୟକ୍ତି ଭାବରେ ସାରା ବିଶ୍ୱରେ ପରିଚିତ ହୋଇପାରିଥିଲେ । ସେ ସାଧାରଣ ଜନତାଙ୍କୁ ମୁକ୍ତି ଆନ୍ଦୋଳନରେ ସାମିଲ କରି ଆନ୍ଦୋଳନର ଧାରାକୁ ବଦଳେଇ ଦେଇଥିଲେ । ପ୍ରତ୍ୟେକ ବ୍ୟକ୍ତି ପାଖରେ ସାମର୍ଥ୍ୟ ରହିଛି । ନେତୃତ୍ୱର ସେ ଦୁରଦୃଷ୍ଟି ରଖିବା କଥା । ଦେଶର ସ୍ୱାଧୀନତା ହାସଲ ସହିତ ଆମର ସାମଗ୍ରିକ ବିକାଶ ତାଙ୍କ ଆନ୍ଦୋଳନର ମୂଳଲକ୍ଷ୍ୟ ଥିଲା । ଦେଶ ବିଭାଜନ ତକ୍ରାଳ ଘଟିଯିବା ଯେମିତି ଜିନ୍ନାଙ୍କୁ ଚକିତ କରିଥିଲା ଗାନ୍ଧୀଙ୍କୁ ସେହିପରି ବିମର୍ଷ କରିଥିଲା । ବିଷୟ ସୂଚନା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ବିଭାଗୀୟ ମୁଖ୍ୟ ତପନ କୁମାର ପତି । ଅନ୍ୟମାନଙ୍କ ମଧ୍ୟରେ ଏହି ଆଲୋଚନାଚକ୍ରରେ ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା, କୈଳାସ ଚନ୍ଦ୍ର ବରାଳ, ପ୍ରାଧ୍ୟାପକ ରବୀନ୍ଦ୍ର କୁମାର ସାମଲ, ପ୍ରାଧ୍ୟାପକ ଅଶୋକ କୁମାର ଦାସ, ଦେବେନ୍ଦ୍ର ଷଡଙ୍ଗୀ, ରଞ୍ଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସମ୍ମାନ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟ ବିଭାଗର ଛାତ୍ରଛାତ୍ରୀମାନେ ମଧ୍ୟ ଆଲୋଚନାଚକ୍ରରେ ଯୋଗଦେଇଥିଲେ । ପ୍ରସଙ୍ଗ ଭିତିକ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ବିଭାଗର ଅନ୍ୟତମ ଅଧ୍ୟାପକ ତୁଷାରକାନ୍ତି ଭୂୟାଁ । ଓଡ଼ିଶା ସମାଚାର

About admin

Check Also

ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଗ୍ରାମାଂଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ୩ ଡି ଇ-ପାଠାଗାର

କେନ୍ଦ୍ରାପଡ଼ା, ୦୧/୦୮/୨୦୨୧(ଓଡ଼ିଶା ସମାଚାର)- ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଆଉ ସହରକୁ ପାଠ ପଢିବା ପାଇଁ ନଯାଇ ଗ୍ରାମାଂଚଳରେ ସେହି …

Leave a Reply

Your email address will not be published. Required fields are marked *