Friday , July 30 2021
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / କେନ୍ଦ୍ରାପଡା ଏସପିଙ୍କ ଦ୍ୱାରା ସଖିବଟ ଉନ୍ନୟନ ପରିଷଦ ନାମରେ ଏତଲା ଦରଜ କରିବାକୁ ନିର୍ଦେଶ

କେନ୍ଦ୍ରାପଡା ଏସପିଙ୍କ ଦ୍ୱାରା ସଖିବଟ ଉନ୍ନୟନ ପରିଷଦ ନାମରେ ଏତଲା ଦରଜ କରିବାକୁ ନିର୍ଦେଶ

କେନ୍ଦ୍ରାପଡା, ୧୫/୦୧/୨୦୨୧ (ଓଡ଼ିଶା ସମାଚାର)- ଓଡିଶା ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ଓଡିଶା ଦେବୋତର କମିଶନର କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକଙ୍କୁ ଏକମାସ ମଧ୍ୟରେ ସଖିବଟ ଉନ୍ନୟନ ପରିଷଦର କର୍ମକର୍ତାଙ୍କ ନାମରେ ଏତଲା ଦେବାକୁ ନିର୍ଦେଶ ଦେଇଥିବା ଜଣାପଡିଛି । ଏଠାରେ ସୂଚନା ଯୋଗ୍ୟ ଯେ ସଖିବଟର ମହନ୍ତ ସଦାନନ୍ଦ ଦାସ ଓଡିଶା ଉଚ୍ଚ ନ୍ୟାୟାଳୟରେ ୧୪୬୨୭/୨୦୨୦ରେ ଏକ ରିଟପିଟିସନ ଦାଖଲ କରିଥିଲେ । ସେହି କେଶର ବିଚାର କରି ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ କ୍ରମେ ଓଡିଶା ଦେବୋତର କମିଶନର ଗତ ତା ୫.୦୧.୨୦୨୧ରିଖରେ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକଙ୍କୁ ସଖିବଟର ମାର୍ଫତଦାର ତଥା ମହନ୍ତ ସଦାନନ୍ଦ ଦାସଙ୍କ ଅଭିଯୋଗ ଉପରେ ସଖିବଟ ଉନ୍ନୟନ ପରିଷଦର କର୍ମକର୍ତାଙ୍କ ନାମରେ ଏକ ଏତଲା ରୁଜୁ କରିବାକୁ ନିର୍ଦେଶ ଦେଇଛନ୍ତି । ଏଥିସହିତ ସଖିବଟ ଉନ୍ନୟନ ପରିଷଦ ସର୍ବସାଧାରଣଙ୍କ ଠାରୁ କୈାଣସି ଚାନ୍ଦା ଆଦାୟ କରିପାରିବେନି ବୋଲି ଦେବୋତର କମିଶନର ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି । ଏହାବ୍ୟତିତ ସଖିବଟ ମହାପୁରୁଷଙ୍କ ଦେବସ୍ଥଳିରୁ କୈାଣସି ପ୍ରକାରର ଗଛ କଟା ଯାଇପାରିବନି । ପର୍ଯ୍ୟଟନ ବିଭାଗ ଦେବୋତର କମିଶନରଙ୍କ ବିନା ନିର୍ଦେଶରେ ଓ ମହନ୍ତ ଶ୍ରୀ ଦାସଙ୍କ ବିନା ମଞ୍ଜୁରୀରେ କୈାଣସି ନିର୍ମାଣ କାର୍ଯ୍ୟ କରିପାରିବେ ନାହିଁ ବୋଲି ନିର୍ଦେଶ ପ୍ରଦାନ କରାଯାଇଛି । ମାତ୍ର ପୂର୍ବରୁ ଏସମ୍ପର୍କରେ ଦେବୋତର କମିଶନରଙ୍କ ନିର୍ଦେଶ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ରେଜେଷ୍ଟ୍ରି ଚିଠି ଦ୍ୱାରା ଅବଗତ କରାଯାଇଥିଲେବି କିଭଳି ଭାବେ ଆସନ୍ତା ୧୬ତାରିଖରେ ପର୍ଯ୍ୟଟନ ମନ୍ତ୍ରୀ ସଖିବଟକୁ ଆସିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଏହା ଦେବୋତର କମିଶନରଙ୍କ ନିର୍ଦେଶର ବିରୁଦ୍ଧାଚରଣ କରୁନାହିଁତ ? ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାରେ ପ୍ରଥମ ଅନଲାଇନ କିନ୍ନର ପ୍ରମାଣ ଓ ପରିଚୟ ପତ୍ର ପ୍ରଦାନ 

କେନ୍ଦ୍ରାପଡ଼ା, ୩୦/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ପ୍ରଣୟନ ହୋଇଥିବା କିନ୍ନର ବ୍ୟକ୍ତିଙ୍କ …

Leave a Reply

Your email address will not be published. Required fields are marked *