Tuesday , August 3 2021
Breaking News
Home / ବିଶେଷ / କେନ୍ଦ୍ରାପଡା ଉତ୍କଳ ସମ୍ମିଳନୀ ପକ୍ଷରୁ ବୃକ୍ଷରୋପଣ ଅନୁଷ୍ଠିତ

କେନ୍ଦ୍ରାପଡା ଉତ୍କଳ ସମ୍ମିଳନୀ ପକ୍ଷରୁ ବୃକ୍ଷରୋପଣ ଅନୁଷ୍ଠିତ

କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ଉତ୍କଳ ସମ୍ମିଳନୀ ଆନୁକୁଲ୍ୟରେ ରଜସଂକ୍ରାନ୍ତୀ, ଶିବ ବିବାହ ଓ କବି ସମ୍ରାଟ ଫକିରମୋହନଙ୍କ ୧୦୩ତମ ଶ୍ରାଦ୍ଧଦିବସ ଉପଲକ୍ଷେ ଗରାପୁର ଭି. ଆଇ. ପି. ରୋଡ ନିକଟରେ କୋଭିଡ ନିୟମ ଅନୁପାଳନ ପୂର୍ବକ ଏକ ବନ୍ଧୁ ମିଳନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିରରୁ କରପଲ୍ଲବ ଅଣାଯାଇ ମା’ ମଙ୍ଗଳା ଠାକୁରାଣୀଙ୍କୁ ପୂଜାର୍ଚ୍ଚନା ପୂର୍ବକ ସମଗ୍ର ଜଗତର କଲ୍ୟାଣ କାମନା କରାଯିବା ପରେ ଶିକ୍ଷାବୀତ ଭଜକୃଷ୍ଣ ରାଉତଙ୍କ ପୌରହିତ୍ୟରେ ବନ୍ଧୁମିଳନ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେଡି ନେତା ଇଂ ମୁରଲୀଧର ସେଠୀ ମୁଖ୍ୟ ଅତିଥି, ବରିଷ୍ଠ ଆଇନଜୀବି ଭୀମସେନ ଭୂୟାଁ, ପ୍ରାକ୍ତନ ପୌରପାଳ ଧିରେନ ସାହୁ, ମହାକାଳପଡା ବିକାଶ ମଂଚର ସଭାପତି ପରିବେଶବୀତ କାଶିନାଥ ରାଉତରାୟ, ଶିକ୍ଷକନେତା ପ୍ରଣବ କୁମାର ଜେନା, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କରୋନା ମହାମାରୀ ସମୟରେ ଅମ୍ଳଜାନର ଜରୁରୀ ଆବଶ୍ୟକତାକୁ ପୁରଣ  ନିମନ୍ତେ ବୃକ୍ଷରୋପଣ ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଉତ୍କଳ ସମ୍ମିଳନୀର ଜିଲ୍ଲା ସଭାପତି ସୁଦର୍ଶନ ମହାପାତ୍ର ସଭାର ଉଦେଶ୍ୟ ଜ୍ଞାପନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥିମାନେ ଗରାପୁର ଭି.ଆଇ.ପି. ରୋଡର ଉଭୟ ପାଶ୍ୱର୍ରେ ବିଭିନ୍ନ ଫଳ ଓ ଫୁଲଗଛର ଚାରା ରୋପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ପଟ୍ଟାମୁଣ୍ଡାଇ ପୌରନିର୍ବାହୀ ଅଧିକାରୀ ସୁରେନ୍ଦ୍ର ନାଥ ପଣ୍ଡା, ପ୍ରଶାନ୍ତ ମିଶ୍ର, କେନ୍ଦରାବାଦକ କ୍ଷୀରୋଦ କୁମାର ନାଥ, ପାଲାଗାୟକ ଗଗନବିହାରି ସିଂହ, ଉମେଶ ଚନ୍ଦ୍ର ପୃଷ୍ଟି, ବାଇଧର ମଳିକ, ଦାମୋଦର ସ୍ୱାଇଁ, ବରିଷ୍ଠ ମୋହରୀର ଅଦ୍ୱୈତ କୁମାର ଜେନା, ସାଇଶ୍ରୀ ଜେନା, ଦେବଶ୍ରୀ ଜେନା, ରାଜେନ୍ଦ୍ର ମହାପାତ୍ର, ପ୍ରଦୀପ କୁମାର ସିଂହ ପ୍ରମୁଖ ଯୋଗଦେଇଥିଲେ । ସର୍ବପ୍ରଥମେ ଶ୍ରୀବଳଦେବଜୀଉଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଶେଷରେ ରଞ୍ଜୁଲତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମାନବାଧିକାର କମିଶନଙ୍କୁ ଦାବିପତ୍ର ଦେଲେ  ଆକ୍ରମଣର ଶିକାର ଆନ୍ଦୋଳନକାରୀ

ଭୁବନେଶ୍ୱର,୦୨/୦୮/୨୦୨୧(ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ବିଭିନ୍ନ ପଂଚାୟତରେ ମନରେଗା ଯୋଜନାରେ  ହୋଇଥିବା ଅର୍ଥ ବାଟମାରଣା, ତୋଷାରପାତ ଓ ବ୍ୟାପକ …

Leave a Reply

Your email address will not be published. Required fields are marked *