Monday , June 21 2021
Breaking News
Home / ବିଶେଷ / କେନ୍ଦ୍ରାପଡାରେ ଷ୍ଟିଲ ପ୍ଲାଂଟ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ

କେନ୍ଦ୍ରାପଡାରେ ଷ୍ଟିଲ ପ୍ଲାଂଟ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ

କେନ୍ଦ୍ରାପଡା, ୦୫/୦୩/୨୦୨୧(ଓଡ଼ିଶା ସମାଚାର)-ଶିଳ୍ପବିହୀନ କେନ୍ଦ୍ରାପଡା ଜିଲ୍ଲାରେ ବିଳମ୍ବରେ ହେଲେବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଷ୍ଟିଲ ପ୍ଲାଂଟ ପ୍ରତିଷ୍ଠା କରିବା ପାଇଁ ଆର୍ସେଲ ମିତଲ କମ୍ପାନୀ ସହିତ ସହଭାଗିତାର ଚୁକ୍ତିପତ୍ର ସ୍ୱାକ୍ଷର କରିଥିବାରୁ ସେ ଧନ୍ୟବାଦର ପାତ୍ର । ରାଜ୍ୟ ସଚିବାଳୟରେ ରାଜ୍ୟ ସରକାର ଏବଂ ମିତଲ କମ୍ପାନୀ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଥିବାରୁ ଆମ୍ଭେମାନେ ବହୁତ ଖୁସି ଅନୁଭବ କରୁଛୁ ବୋଲି ଜିଲ୍ଲା ପ୍ରତିଭା ପୂଜା ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି କହିଛନ୍ତି  ।  ଶ୍ରୀ ମହାନ୍ତିଙ୍କ ସମେତ କବି ସୁବାଷ ପାତ୍ର, ଶ୍ରୀନିବାସ ପ୍ରଧାନ, ରମାକାନ୍ତ ଦାସ, ପ୍ରମୋଦ ମହାପାତ୍ର, ହରେକୃଷ୍ଣ ନାୟକ, ସରୋଜକାନ୍ତ ସାହୁ, ନଳିନୀ ବିହାରୀ ମହାନ୍ତି ପ୍ରମୁଖ ମଧ୍ୟ ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *