Monday , June 21 2021
Breaking News
Home / ସ୍ୱାସ୍ଥ୍ୟ / କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରତି ଘରୁ ମୁଠି ଚାଉଳ ଓ ଜଣେ ଲୋକ ପାଇଁ ଆହ୍ୱାନ – ବ୍ଲକସ୍ତରୀୟ କନଭେନସନ ର ନିଷ୍ପତି

କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରତି ଘରୁ ମୁଠି ଚାଉଳ ଓ ଜଣେ ଲୋକ ପାଇଁ ଆହ୍ୱାନ – ବ୍ଲକସ୍ତରୀୟ କନଭେନସନ ର ନିଷ୍ପତି

କେନ୍ଦ୍ରାପଡା,୨୨/୦୨/୨୦୨୧ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟିର କେନ୍ଦ୍ରାପଡା ବ୍ଲକରେ ଏକ ଗଣ କନଭେସନ ଇଛାପୁରସ୍ଥିତ ଗୁଣ୍ଡିଚାମନ୍ଦିର ପରିସରରେ ବ୍ଲକ ଆବାହକ ଶିକ୍ଷକ ନେତା ଦିବାକର ଜେନାଙ୍କ ସଭାପତିତ୍ୱରେ ସଂଗଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ଆବାହକ ଆଇନଜୀବି ରମଣୀରଞ୍ଜନ ରାଉତରାୟ ମେଡିକାଲ କଲେଜର ଆବଶ୍ୟକତା ଓ ମିଳିତ ଭାବେ ଲଢେଇ କରିବାକୁ ବକ୍ତବ୍ୟ ଦେବା ପରେ ଆବାହକ ମଣ୍ଡଳୀ ସଭ୍ୟ ଆଦିକନ୍ଦ ରାଉଳ, ଅଧ୍ୟାପକ ଅଜୟ ସାମଲ, ଗୟାଧର ଧଳ, ପ୍ରଫୁଲ୍ଲ ଦାସ, ଭଜକୃଷ୍ଣ ରାଉତ ଆଦି ବୈଠକର ପ୍ରାସଙ୍ଗିକତା ସଂପର୍କରେ ଆଲୋଚନା କରିଥିଲେ । ଆସନ୍ତା ମାର୍ଚ୍ଚ ୪ ତାରିଖ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଗଣ ଧାରଣା ପାଇଁ ପତ୍ୟେକ ପରିବାରରୁ ମୁଠି ଚାଉଳ ଆଦାୟ କରାଯିବା ସହିତ ପ୍ରତି ପରିବାରରୁ ଜଣେ ଲୋକ ଯୋଗ ଦେବା ପାଇଁ ନିଷ୍ପତି ହୋଇଛି ଏବଂ ସବୁ ଗାଁ କୁ ଗାଁ ପଦଯାତ୍ରା ହେବାପାଇଁ ଆହ୍ୱାନ ଦିଆଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜନମଂଚର ନେତା ଗୈାରାଙ୍ଗ ବେହେରା, ଚକ୍ରୋଡା ଗ୍ରାମ ପଂଚାୟତ ସରପଂଚ ବସନ୍ତ କୁମାରରାଉତ, ପଂଚାୟତ ସମିତି ସଭ୍ୟ ଶିବ ପ୍ରସାଦ ବିଶ୍ୱାଳ, କପାଳେଶ୍ୱରର ନାୟବ ସରପଂଚ ସୁଜାତା ସାହୁ, ଘାଗରା ସରପଂଚ ରମେଶ ଚନ୍ଦ୍ର ମଲ୍ଲିକ, ଭରତପୁରର ପୂର୍ବତନ ସରପଂଚ ଅକ୍ଷୟ କୁମାର ମନ୍ତ୍ରୀ, କୃଷକନେତା ମହେନ୍ଦ୍ର ପରିଡା, କର୍ମଚାରୀ ନେତା ଉପେନ୍ଦ୍ର ନାଥ ପ୍ରଧାନ, ଶିକ୍ଷକ ନେତା ଅବନୀ କୁମାର ମହାନ୍ତି, ବ୍ରଜକିଶୋର ଜେନା, ମଧୁସୁଦନ ରାଉତ ତଥା ପ୍ରାକ୍ତନ ବିଜ୍ଞାନ ପରିଦର୍ଶକ ନିରଞ୍ଜନ ଜେନା, ଯୁବନେତା ମୃତୁ୍ୟଞ୍ଜୟ ସାହୁ, କ୍ଷିରୋଦ କୁମାର ଖଟୁଆ, ବିପଦ ଭଞ୍ଜନ ବାରିକ, ରମେଶଚନ୍ଦ୍ର ସାହୁ, ମଥୁରାନନ୍ଦ ସାହୁ, ବିଜୟ କୁମାର ସ୍ୱାଇଁ, ରମାନନ୍ଦ ଦାସ, କଳପଡା ପଂଚାୟତ ସମିତି ସଭ୍ୟ ସର୍ବେଶ୍ୱର ମଲ୍ଲିକ, ମିନତୀ ବେହେରା ପ୍ରଭୃତି ଆଲୋଚନାରେ ଅଂଶ ଗ୍ରହଣକରି କେନ୍ଦ୍ରାପଡା ବ୍ଲକର ୨୭ଟି ଗ୍ରାମ ପଂଚାୟତରେ ବୈଠକ ଆସନ୍ତା  ମାର୍ଚ୍ଚ ୧ ତାରିଖ ମଧ୍ୟରେ ଶେଷ କରି ଗଣ ଧାରଣାକୁ ସଫଳ କରିବା ସହିତ ଏକ ବ୍ଲକସ୍ତରୀୟ ଆବାହକ କମିଟି ଗଠନ କରାଯାଇଛି । ଆବାହକ ଭାବେ ଦିବାକର ଜେନା, ସହ ଆବାହକ ଭାବେ ଶିବ ପ୍ରସାଦ ବିଶ୍ୱାଳ, ମୃତୁ୍ୟଞ୍ଜୟ ସାହୁ, ରମେଶଚନ୍ଦ୍ର ମଲ୍ଲିକ, ଅକ୍ଷୟ ମନ୍ତ୍ରୀ, ସର୍ବେଶ୍ୱର ମଲ୍ଲିକ, ମଧୁସୁଦନ ରାଉତ, ବିଜୟ ସ୍ୱାଇଁ ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *