Wednesday , June 16 2021
Breaking News
Home / ବିଶେଷ / କେନ୍ଦ୍ରାପଡାରେ ମେଡିକାଲ କଲେଜ ପାଇଁ ଦାବି ଯୋରଧରିଲା

କେନ୍ଦ୍ରାପଡାରେ ମେଡିକାଲ କଲେଜ ପାଇଁ ଦାବି ଯୋରଧରିଲା

ରାଜନୈତିକଦଳ ଓ ସାମାଜିକ ସଂଗଠନ ଏକାଠି ହେଲେ ଗୋଟିଏ ମଂଚରେ

କେନ୍ଦ୍ରାପଡା, ୦୨/୦୧/୨୦୨୧ (ଓଡ଼ିଶା ସମାଚାର)- ମାନବସମ୍ବଳରେ ଭରପୁର କୃଷି ନିର୍ଭରଶୀଳ କେନ୍ଦ୍ରାପଡା ଜିଲ୍ଲା ଅର୍ଥନୈତିକ ଦୃଷ୍ଟିରୁ ରାଜ୍ୟରେ ତଳଆଡୁ ପ୍ରଥମ । ଏହି ଜିଲ୍ଲାରେ କୈାଣସି ଶିଳ୍ପ କାରାଖାନା ନଥିବା କାରଣରୁ ଏଠିକାର ଯୁବକମାନେ ଦାଦନ ଖଟିବାକୁ ବାହାର ରାଜ୍ୟ ବା ଦେଶ ବାହରକୁ ଯାଉଛନ୍ତି । ନିଯୁକ୍ତି ସୁଯୋଗ ଏଠାରେ ଶୁନ । ଜିଲ୍ଲାରେ ଅଧିକାଂଶ ଲୋକଙ୍କର ଦିନକୁ ଦୁଇଓଳି ଦୁଇମୁଠା ସଂଗ୍ରହ କରିବା କଷ୍ଟକର ହେଉଥିବା ବେଳେ ଛୋଟ ମୋଟ ରୋଗ ବେମାର ଚିକିସôା ପାଇଁ କଟକ ଭୁବନେଶ୍ୱର ଯିବା ସମ୍ଭବ ନହେବା କାରଣରୁ ମୃତୁ୍ୟ ମୁଖରେ ପଡନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା କାରଣରୁ ଏହି ଜିଲ୍ଲା ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ଜିଲ୍ଲାବାସୀଙ୍କ ପାଇଁ ମରଣ ପଥ ପାଲଟିଛି । ସେହିପରି ପାରାଦୀପ ବନ୍ଦର ଅଂଚଳରେ ଗଢି ଉଠିଥିବା ରାସାୟନିକ କାରାଖାନାରୁ ନିର୍ଗତ ରାସାୟନିକ ବାଷ୍ପ କାରଣରୁ ଏହି ଜିଲ୍ଲାର ଅଧିବାସୀମାନେ ବିଭିନ୍ନ ଭୟାବହ ରୋଗର ଶିକାର ହେଉଛନ୍ତି । ଏହିସବୁ କାରଣରୁ ଜିଲ୍ଲାରେ ମେଡିକାଲ କଲେଜ ପାଇଁ ବହୁଦିନ ଧରି ଦାବି ହେଉଥିବା ବେଳେ ସରକାର ଅନ୍ୟ ବହୁ ସ୍ଥାନରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ନିଷ୍ପତିି ନେଉଛନ୍ତି । ମାତ୍ର କେନ୍ଦ୍ରାପଡାର ଏହି ନାଯ୍ୟଦାବିକୁ ଅଣଦେଖା କରିବା ଘୋର ପରିତାପର ବିଷୟ । ଜିଲ୍ଲା ପ୍ରତି ଏହି ଅବିଚାର ବିରୋଧରେ ମେଡିକାଲ କଲେଜ ପାଇଁ ଦାବି ଯୋର ଧରିବାରେ ଲାଗିଛି । ଏହି ଦାବିକୁ ହାସଲ କରିବା ନିମନ୍ତେ ଏହାକୁ ଏକ ଗଣଆନ୍ଦୋଳନରେ ରୂପ ଦେବା ନିମନ୍ତେ ବିଭିନ୍ନ ରାଜନୈତିକ ଦଳ ଓ ଗଣ ସଂଗଠନମାନଙ୍କୁ ନେଇ ସହରର ପବ୍ଲିକ ରିଡିଂରୁମ ପରିସରରେ ଏକ ବୈଠକ ହୋଇଯାଇଛି । ଶିକ୍ଷାବିତ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡାଙ୍କ ପୈାରହିତ୍ୟରେ ଆୟୋଜିତ ଏହି ସଭାରେ ଜିଲ୍ଲା ବିକାଶ ସାମ୍ମୁଖ୍ୟ ସମ୍ପାଦକ ଅଧ୍ୟାପକ ଅଜୟ ସାମଲ,ବରିଷ୍ଠ ବିଜେଡି ନେତା ଭଜକୃଷ୍ଣ ରାଉତ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ସି.ପି.ଆଇ. ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ସି.ପି.ଏମ.ସମ୍ପାଦକ ଗୟାଧର ଧଳ, ଓଡିଶା କୃଷକ ସଭା ଜିଲ୍ଲା ସଭାପତି ଉମେଶ ସିଂ, ଶ୍ରମିକ ନେତା ବାବାଜୀ ଧଳ, ଆଦିକନ୍ଦ ରାଉଳ,ସାମ୍ବାଦିକ ଆଶିଷ ସେନାପତି,ପରେଶ ଦାସ,ଚିତରଞ୍ଜନ ଦାସ, ଜନମଂଚ ନେତା ଗୈାରାଙ୍ଗ ରାଉତ, ସାହିତ୍ୟିକ ରାମକୃଷ୍ଣ ଦାଶ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଏକ ବୃହତର ଆନ୍ଦୋଳନ ନିମନ୍ତେ ଏକ ସାତ ଜଣିଆ କ୍ରୀୟାନୁଷ୍ଠାନ କମିଟି ଗଠନ କରାଯିବା ସହ ଗ୍ରାମ ସ୍ତରକୁ ଏହି ଆନ୍ଦୋଳନକୁ ନେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ, ଅଶୋକ କୁମାର ସାହୁ, ଦଳିତ ନେତା ନଗେନ କୁମାର ଜେନା,ସ୍ୱପ୍ନାଂଶୁ କୁମାର ଦାସ, ସାବୀର ଖାନ ପ୍ରମୁଖ ଶତାଧିକ ବ୍ୟକ୍ତି ବିଶେଷ ବିଭିନ୍ନ ସଂଗଠନରୁ ଯୋଗଦେଇ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆଗେଇ ନେବାକୁ ଦୁର୍ବାର ଶପଥ ନେଇଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ଉତ୍କଳ ସମ୍ମିଳନୀ ପକ୍ଷରୁ ବୃକ୍ଷରୋପଣ ଅନୁଷ୍ଠିତ

କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ଉତ୍କଳ ସମ୍ମିଳନୀ ଆନୁକୁଲ୍ୟରେ ରଜସଂକ୍ରାନ୍ତୀ, ଶିବ ବିବାହ ଓ କବି ସମ୍ରାଟ ଫକିରମୋହନଙ୍କ ୧୦୩ତମ …

Leave a Reply

Your email address will not be published. Required fields are marked *