Friday , July 30 2021
Breaking News
Home / ବିଶେଷ / କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳୀଙ୍କର ବୋନସ ୫୦ ପ୍ରତିଶତ ହ୍ରାସ କଲେ ରାଜ୍ୟ ସରକାର

କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳୀଙ୍କର ବୋନସ ୫୦ ପ୍ରତିଶତ ହ୍ରାସ କଲେ ରାଜ୍ୟ ସରକାର

ଭୁବନେଶ୍ୱର, ୧୧/୦୭/୨୦୧୯ (ଓଡ଼ିଶା ସମାଚାର)-  କେନ୍ଦ୍ରସରକାରଙ୍କର ଜିଏସଟି ଓ ପ୍ରତିକୂଳ ପାଣିପାଗ ପ୍ରଭାବ ଜନିତ କ୍ଷତି ପାଇଁ କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳୀଙ୍କର ବୋନସ ୫୦ ପ୍ରତିଶତ ହ୍ରାସ କରିବା ପାଇଁ ରାଜ୍ୟ ସରକାର ବାଧ୍ୟ ହୋଇଛନ୍ତି ।   ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦୁପତ୍ର ଉନ୍ନୟନ ବୋର୍ଡ଼ର ବୈଠକରେ ଏହି ନିଷ୍ପତି ନିଆଯାଇଛି । ଉକ୍ତ ନିଷ୍ପତି ଅନୁଯାୟୀ କେନ୍ଦୁପତ୍ର ତୋଳାଳୀଙ୍କୁ ଦିଆଯାଉଥିବା ୧୦୦ ପ୍ରତିଶତ ବୋନସକୁ ୫୦ ପ୍ରତିଶତକୁ ହ୍ରାସ କରାଯାଇଛି । ସେହିପରି କେନ୍ଦୁପତ୍ର ବନ୍ଧାଳୀଙ୍କୁ ଦିଆଯାଉଥିବା ବୋନସ ୨୦ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ କରାଯାଇଛି । ବୋର୍ଡ଼ର ଏହି ନିଷ୍ପତି ଫଳରେ ରାଜ୍ୟରେ ଥିବା ୮ ଲକ୍ଷରୁ ଉଦ୍ଧ୍ୱର୍ କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବେ । ଏ ସମ୍ପର୍କରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ବ୍ୟବସାୟୀଙ୍କୁ ଗୁଳିମାଡ କରି ୭୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ

ଖୋର୍ଦ୍ଧା, ୩୦/୦୭/୨୦୨୧(ଓଡ଼ିଶା ସମାଚାର)- ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ବାଘମାରୀ ବଜାରରେ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ କରି ଦୁର୍ବୃତମାନେ ୭୦ …

Leave a Reply

Your email address will not be published. Required fields are marked *