Sunday , June 20 2021
Breaking News
Home / ତାଜା ଖବର / କେନାଲରେ ବୁଡ଼ି ବୃଦ୍ଧ  ମୃତ

କେନାଲରେ ବୁଡ଼ି ବୃଦ୍ଧ  ମୃତ

ସାଲେପୁର, ୨୨/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା): ୬ନଂ କେନାଲର କୁସମ୍ବୀ ନିକଟରେ ଜଣେ ବ୍ୟକ୍ତି କେନାଲ ପାଣିରେ କୌଣସି କାରଣରୁ  ଖସିପଡିବାରୁ କେନାଲ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି ।  ଖବରରୁ ପ୍ରକାଶ ଯେ ବରାଦୋ ଗ୍ରାମର ନିରଞ୍ଜନ ସାମଲ(୬୦) ଗତକାଲି ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ ରାଇସୁଙ୍ଗୁଡ଼ା ଅଂଚଳକୁ ଯାଉଥିବା ସମୟରେ କୁସମ୍ବୀ ଗ୍ରାମ ନିକଟରେ କୌଣସି କାରଣରୁ କେନାଲ ଭିତରକୁ ଖସିପଡିଥିଲେ । ପ୍ରତ୍ୟେକ୍ଷଦର୍ଶୀମାନେ ଖୋଜାଖୋଜି କରିବା ସହ ସାଲେପୁର ଦମକଳ ଗାଡ଼ିକୁ ଖବର ଦେଇଥିଲେ । ଦମକଳ ବାହିନୀର କର୍ମଚାରୀମାନେ କେନାଲ ପାଣିରେ ବୁଡ଼ି ବହୁ ଖୋଜାଖୋଜି କରିବାପରେ ରାତ୍ର ପ୍ରାୟ ୮.୧୫ମି. ସମୟରେ କେନାଲ ମଧ୍ୟରୁ ନିରଞ୍ଜନଙ୍କ ମୃତଦେହ ଉଦ୍ଧାର କରି ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛନ୍ତି । ଆଜି ନିରଞ୍ଜନର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାଯାଇଛି ।  ଓଡ଼ିଶା ସମାଚାର

About admin

Check Also

ବାଇକ ଦୁର୍ଘଟଣା ରେଜଣେ ମୃତ, ଜଣେ ଆହତ 

 ମାହାଙ୍ଗା, ୧୭/୦୬/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )  ଆଜିସନ୍ଧ୍ୟା ରେ  ସ୍ଥାନୀୟ ବାଗସରପୁର କୁସୁପୁର କେନାଲ ବନ୍ଧ ରାସ୍ତା …

Leave a Reply

Your email address will not be published. Required fields are marked *