Monday , June 14 2021
Breaking News
Home / ବିଶେଷ / କେନାଲରୁ ଅଜଣା ଯୁବକର ଶବ ଉଦ୍ଧାର

କେନାଲରୁ ଅଜଣା ଯୁବକର ଶବ ଉଦ୍ଧାର

ସାଲେପୁର,୧୮/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା): ସାଲେପୁର ଥାନା ଅଧିନ  ରାମେଶ୍ୱର ଠାରେ ଥିବା ୨ଏ ଶାଖା କେନାଲରେ ଏକ ଅଜଣା ଯୁବକର ଶବ ଭାସୁଥିବା ଆଜି ଦେଖିବାକୁ ମିଳିଥିଲା । ଶବ କାହାର କିପରି କେନାଲକୁ ଆସିଲା ତାହା ସ୍ଥାନୀୟ ଅଞ୍ଚଳରେ ସନ୍ଦେହ ସୃଷ୍ଟି କରିଛି । ଯୁବକକୁ କିଏ ହତ୍ୟା କରିଛି ନା ପାଣିରେ ବୁଡ଼ିଯାଇ ମୃତ୍ୟୁ ହୋଇଯାଇଛି ତାହାର ସଠିକ୍ ତଥ୍ୟ ମିଳିନାହିଁ । ତେବେ ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଂଚିି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କୁହାଯାଉଛି । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *