Wednesday , June 23 2021
Breaking News
Home / ବିଶେଷ / କେନାଲବନ୍ଧରେ ୨୦ ଫୁଟର ଘାଇ

କେନାଲବନ୍ଧରେ ୨୦ ଫୁଟର ଘାଇ

ବିରିଡ଼ି,୨୫/୦୭/୨୦୧୯(ଓଡ଼ିଶା ସମାଚାର)- ବାଲିଆ ଜଳସେଚନ ସେକସନ ଅଧୀନରେ ଥିବା ୪ନଂ. କେନାଲରେ ଏପର୍ଯ୍ୟନ୍ତ ପାଣିର ଦେଖା ମିଳୁ ନ ଥିବା ବେଳେ ଅଳ୍ପ କିଛିପାଣି ଛଡା ଯିବା ମାତ୍ରେ କେନାଲବନ୍ଧର ନୂଆଢଣା ଠାରେ ୨୦ ଫୁଟର ବିରାଟ ଘାଇ ସୃଷ୍ଟି ହୋଇଛି । ଏହି କେନାଲବନ୍ଧର ପୁନରୁଦ୍ଧାର ଓ କେତେବେଳେ ମରାମତି ଆଳରେ ରାଜ୍ୟ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି, କିନ୍ତୁ ପ୍ରକୃତରେ ଏଠାରେ କିପରି କାମ ହୋଇଛି, ଏହି ଘାଇରୁ ସ୍ପଷ୍ଟ ଜଣାପଡୁଛି । ତେଣୁ ବାଲିଆ ଜଳସେଚନ ବିଭାଗ ଦାୟିତ୍ୱରେ ଥିବା ଯନ୍ତ୍ରୀ ଓ କର୍ମଚାରୀଙ୍କ ପାରିବାପଣିଆ ପଦରେ ପଡିଯାଇଛି । ଘାଇ ହେବାପରେ ବାଲିବସ୍ତା ପକାଇ ଦିଆଯାଇଛି । ଗତ କିଛିଦିନ ହେଲା ନଦୀବନ୍ଧ ଓ ମାଛଗାଁ ମୁଖ୍ୟକେନାଲ ଉପରେ ବିଭାଗୀୟ ନିର୍ବାହୀଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ ଓ ମୁଖ୍ୟଯନ୍ତ୍ରୀ ପଇଁତରା ମାରିଥିଲେ । କିନ୍ତୁ ଦିନେ ହେଲେ ଶାଖା କେନାଲବନ୍ଧର ଅବସ୍ଥାର ସମୀକ୍ଷା କରିନାହାନ୍ତି କି କାର୍ଯ୍ୟର ତଦାରଖ କରିନାହାନ୍ତି । ତେଣୁ କେନାଲରେ ଏବେଠାରୁ ଘାଇ ସୃଷ୍ଟି ହେଲାଣି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ପ୍ରେମାନନ୍ଦ ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୨୨/୦୬/୨୦୨୧(ଓଡ଼ିଶା ସମାଚାର)- ବିରମିତ୍ରପୁର ଏନ.ଏ.ସି.ରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସର ନେଇଥିବା  ପ୍ରେମାନନ୍ଦ ପରିଡାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ …

Leave a Reply

Your email address will not be published. Required fields are marked *