Sunday , June 13 2021
Breaking News
Home / କୃଷି / କୃଷକ ଆଇନ ପ୍ରତ୍ୟାହାର ଦାବିକୁ ନେଇ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ରାସ୍ତା ରୋକ

କୃଷକ ଆଇନ ପ୍ରତ୍ୟାହାର ଦାବିକୁ ନେଇ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ରାସ୍ତା ରୋକ

ସାଲେପୁର ୬/୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-କୃଷି ଆଇନ ପ୍ରତ୍ୟାହାର ଦାବିକୁ ନେଇ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ କଟକ ଚାନ୍ଦବାଲି ରାସ୍ତାର ପଦ୍ମପୁର ଠାରେ ଶତାଧିକ କମ୍ୟୁନିଷ୍ଟ ପାର୍ଟି ଓ କୃଷକ ମାନେ ରାସ୍ତା ଅବରୋଧ କରିବା ସହ ଧାରଣାରେ ବସିଥିଲେ। ସିପିଆଇ ନେତା ତଥା ସାଲେପୁର ବ୍ଲକ ମୂତାରିଫା ପଞ୍ଚାୟତର ସମିତି ସଭ୍ୟ ଉଦୟ କେଶରୀ ବର୍ମାଙ୍କ ନେତୃତ୍ୱରେ ରାସ୍ତା ଅବରୋଧ କରାଯାଇଥିଲା। କୃଷକ ମାନଙ୍କ ଦାବି ଯେ ଦିଲ୍ଲୀରେ କୃଷକଙ୍କୁ ହୋଇଥିବା ଅତ୍ୟାଚାର ଓ ତିନି କଳା ଆଇନକୁ ବିରୋଧ କରି ସେମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଶତାଧିକ କୃଷକ ଙ୍କୁ ପୋଲିସ ରାସ୍ତାରୁ ଉଠାଇ ନେବା ସହ ଅଟକ ରଖିଛି।ଓଡ଼ିଶା ସମାଚାର

About admin

Check Also

ବାତ୍ୟା ‘ୟାସ୍’ ପ୍ରଭାବିତ ଚାଷୀଙ୍କ ପାଇଁ ପ୍ୟାକେଜ୍ ଘୋଷଣାକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦/୦୬/୨୦୨୧(ଓଡ଼ିଶା ସମାଚାର)-  ବାତ୍ୟା ‘ୟାସ୍’ ପ୍ରଭାବିତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହି …

Leave a Reply

Your email address will not be published. Required fields are marked *