Sunday , June 20 2021
Home / ବିଶେଷ /   କୁହୁଡି ଯୋଗୁଁ ଯାତାୟତରେ ବାଧା   

  କୁହୁଡି ଯୋଗୁଁ ଯାତାୟତରେ ବାଧା   

ପାଟକୁରା,୧୩/୧୨/୨୦୨୦(ଓଡ଼ିଶା ସମାଚାର)- ଗତ ତିନି ଚାରି ଦିନ ହେଲା ପାଟକୁରା ଅଂଚଳରେ ଘନ କୁହୁଡି ଲାଗି ରହିଛି । ସକାଳ ସମୟରେ ଘନ କୁହୁଡି ଢାଙ୍କି ରହୁଥିବାରୁ କମ୍ ଦୁରତ୍ୱରେ ଥିବା ଲୋକମାନଙ୍କ ମୁହଁକୁ ମୁହଁ ଦେଖାଯାଉନାହିଁ ।  ସକାଳ ସମୟରେ ଘନକୁହୁଡି ଲାଗି ରହୁଥିବାରୁ ମୂଖ୍ୟତଃ ଛୋଟଛୋଟ ସ୍କୁଲ ପିଲାମାନେ ସାଇକେଲ ଯୋଗେ ବିଭିନ୍ନ ସ୍ଥାନକୁ ପାଠ ପଢିବା ପାଇଁ ଯାଉଥିବାରୁ ସେମାନଙ୍କ ପାଇଁ ଅସୁବିଧା ସୃଷ୍ଟି ହେଉଛି । ପାରାଦ୍ୱୀପ-ଚଣ୍ଡିଖୋଲ ରାଜପଥରେ ଯାତାୟତ କରିବା ପଥାଚାରୀମାନଙ୍କ ପାଇଁ ବିପଦଜ୍ଜନକ ହୋଇପଡୁଛି । ରାଜପଥ ଓ ଅଂଚଳର ପ୍ରମୁଖ ରାସ୍ତାଘାଟରେ ଗାଡିମୋଟର ଯାତାୟତ କରିବାରେ ବହୁ ଅସୁବିଧା ସୃଷ୍ଟି ହେଉଛି । ଗାଡି ମୋଟରଗୁଡିକ ଲାଇଟ ଳଗାଇ ୧୦ରୁ୨୦କିମି ବେଗରେ ଯାଉଥିବାର ଦେଖାଯାଉଛି । ଚଳିତ ବର୍ଷର ଶୀତ ଆରମ୍ଭରୁ ଏହା ପ୍ରଥମ ଘନକୁହୁଡି ବୋଲି ଲୋକମାନେ ଆଲୋଚନା କରୁଛନ୍ତି । ଏହି କୁହୁଡି ପ୍ରାୟ ଦିନ ପ୍ରାୟ ସାଢେ ୯ଟା ପର୍ଯ୍ୟନ୍ତ ଢାଙ୍କି ହୋଇରହୁଛି ।  ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *