Saturday , July 31 2021
Breaking News
Home / ବିଶେଷ / କୁନି ହାତରେ ଗଢିଛି ମୁଁ କୁନି ରଥ,ବିଜେ କର ହେ ଜଗତର ନାଥ

କୁନି ହାତରେ ଗଢିଛି ମୁଁ କୁନି ରଥ,ବିଜେ କର ହେ ଜଗତର ନାଥ

ରାୟଗଡ଼ା, ୧୫/୦୭/୨୦୨୧(ଓଡ଼ିଶା ସମାଚାର)- ଭାବର ଠାକୁର ଆମ ବଡ଼ ଠାକୁର କାଳିଆ ସାଆନ୍ତ । ସେ ହେଉଛନ୍ତି ଭାବ ବିନୋଦିଆ , ଭକ୍ତ ଆଉ ଭାବରେ ସେ ବନ୍ଧା । ସେହିପରି ଜଣେ କୁନିଛୁଆ ସ୍ୱଚ୍ଛ ଆଉ ନିର୍ମଳ ଭାବ ଆଉ ଭକ୍ତିରେ କୁନି କୁନି ହାତରେ କାଳିଆ ପାଇଁ ଗଢ଼ିଛି ନନ୍ଦିଘୋଷ ରଥ । ମୋ କୁନି ରଥରେ ଆସି ବିଜେ କରହେ ଜଗନ୍ନାଥ । ତୁମରି ଆଶୀର୍ବାଦରୁ ମୋ ବାପାଙ୍କ ଦୃଷ୍ଟିଶକ୍ତି ଫେରି ଆସିଥିଲା । ଆଉ ଆଜି ତୁମକୁ ଦେବା ପାଇଁ ମୋର କଣ ବା ଅଛି, ତେଣୁ ତୁମପାଇଁ ମଲାଟରେ ଗଢ଼ିଛି ତୁମ ପ୍ରିୟ ନନ୍ଦିଘୋଷ ରଥ । ମୋ କୁନି ରଥରେ ବିଜେ କର ମଣିମା । ଏ ଦୃଶ୍ୟ ହେଉଛି ରାୟଗଡା ଜିଲ୍ଲା ଗୁଣୁପୁର ବାବୁଲି ନଗର ଅଂଚଳର । ଅଭିଜିତ ମହାପାତ୍ର ନାମକ ଜଣେ ସପ୍ତମ ଶ୍ରେଣୀ ଛାତ୍ର । ତାଙ୍କ ବାପା ଗୋପାଳ କୃଷ୍ଣ ମହାପାତ୍ର ବୃତିରେ ଜଣେ ଶିକ୍ଷକ । ଦୀର୍ଘ ବର୍ଷ ଧରି ଆଖି ଜନିତ ସମସ୍ୟା ଯୋଗୁଁ ଦୃଷ୍ଟି ଶକ୍ତି ହରାଇ ଥିଲେ । ବିଭିନ୍ନ ଡାକ୍ତରଖାନାରେ ଯାଇ ଚିକିତ୍ସା କରାଇଥିଲେ ମଧ୍ୟ ସୁଫଳ ମିଳି ନ ଥିଲା । ବାପାଙ୍କ ଏଭଳି ସମସ୍ୟା ଦେଖି ମହାପ୍ରଭୁଙ୍କ ନିକଟରେ ଅଳି କରିଥିଲେ ଅଭିଜିତ । ଯଦି ବାପାଙ୍କ ଦୃଷ୍ଟିଶକ୍ତି ଫେରି ଆସିବ ତେବେ ଠାକୁରଙ୍କ ପାଇଁ ନନ୍ଦିଘୋଷ ରଥଟିଏ ନିର୍ମାଣ କରି ସେଥିରେ କାଳିଆକୁ ବସାଇ ରଥଯାତ୍ରା କରାଇବି । କାଳିଆ କୃପାରୁ ତାଙ୍କ ବାପାଙ୍କ ଦୃଷ୍ଟି ଶକ୍ତି ଫେରି ଆସିଥିଲା । ଆଉ ବିଭିନ୍ନ ମଲାଟ କାଗଜ ଓ ସୋଲ ବ୍ୟବହାର କରି କୁନି ରଥଟିଏ ନିର୍ମାଣ କରି ନିଜଘରେ ରଥଯାତ୍ରାର ନୀତିକାନ୍ତି ଅନୁଷ୍ଠିତ କରିଛନ୍ତି ଅଭିଜିତ । ନିଜ ହାତରେ ଅତି ସୁନ୍ଦର ଓ ଚମତ୍କାର ସୂକ୍ଷ୍ମ କାର୍ୟତ୍ସକମ୍ପାଦନ ସହ ବାଳୁତ କାଳରୁ ମହାପ୍ରଭୁଙ୍କ ପ୍ରତି ସମର୍ପଣ ଭାବକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ରାଜ୍ୟପାଳଙ୍କ ଦ୍ୱାରା ‘ବିଜୁବାବୁ’  ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୩୧/୦୭/୨୦୨୧(ଓଡ଼ିଶା ସମାଚାର)- ପ୍ରସିଦ୍ଧଲେଖକ  ଦେବଦାସ  ଛୋଟରାୟଙ୍କ  ଲିଖିତ “ବିଜୁବାବୁ”  ପୁସ୍ତକକୁ  ରାଜ୍ୟପାଳ  ପ୍ରଫେସର  ଗଣେଶୀଲାଲ ଉନ୍ମୋଚନ କରିଛନ୍ତି   । ରାଜଭବନ …

Leave a Reply

Your email address will not be published. Required fields are marked *