Sunday , June 20 2021
Home / ବିଶେଷ /   କୁଦାନଗରୀ ଦକ୍ଷିଣକାଳୀ ପୀଠରେ କାଳୀପୂଜା ଓ ବିଶ୍ୱଶାନ୍ତି ମହାଯଜ୍ଞ

  କୁଦାନଗରୀ ଦକ୍ଷିଣକାଳୀ ପୀଠରେ କାଳୀପୂଜା ଓ ବିଶ୍ୱଶାନ୍ତି ମହାଯଜ୍ଞ

ଗରଦପୁର,୦୧/୧୧/୨୦୧୯(ଓଡ଼ିଶା ସମାଚାର): ଗରଦପୁର ବ୍ଲକ ଅନ୍ତର୍ଗତ ପୁଣ୍ୟତୋୟା ଚିତ୍ରୋତ୍ପଳା ନଦୀ ତଟରେ ଥିବା କେନ୍ଦ୍ରାପଡା ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ କେନ୍ଦ୍ର ତଥା ଆଧ୍ୟାତ୍ମିକ ସ୍ଥଳୀ କୁଦାନଗରୀଠାରେ ଥିବା ଦକ୍ଷିଣକାଳୀ ମନ୍ଦିରରେ କାଳିପୂଜା ଓ ବିଶ୍ୱଶାନ୍ତି ମହାଯଜ୍ଞ ମହାସମାରୋହରେ ପାଳିତ ହୋଇଯାଇଛି । ପାଂଚ ଦିନ ବ୍ୟାପି ଅନୁଷ୍ଠିତ ବିଶ୍ୱଶାନ୍ତି ଯଜ୍ଞ ଅବସରରେ ବିଭିନ୍ନ ଦିନରେ ମା’ ଦକ୍ଷିଣକାଳୀଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯାଇଥିବାବେଳେ ଷୋଡଶ ଉପଚାର ଓ ସାତ୍ୱିକ ମତରେ ସୂର୍ଯ୍ୟପୂଜା , ଗ୍ରହପୂଜା , ଗୋମାତା ପୂଜା , ଯଜ୍ଞ ନାରାୟଣ ପୂଜା, ରୁଦ୍ର ପୂଜା , ମା ଦୁର୍ଗା ପୂଜା , ବିଷ୍ଣୁ ପୂଜା , ଗୀତା ଯଜ୍ଞ , ଓ ମା କାଳୀଙ୍କ ଷୋଡଶ ଉପଚାରରେ ପୂଜାର୍ଚ୍ଚନା ସହ କରାଯାଇଥିଲା । ମା’ଙ୍କ ଏହି ପୂଜାର୍ଚ୍ଚନା , ବିଶ୍ୱଶାନ୍ତି ମହାଯଜ୍ଞ ଓ ବିଭିନ୍ନ କାର୍ଯ୍ୟକ୍ରମ ଉପଭୋଗ କରିବା ସହ ପୂଜାର୍ଚ୍ଚନା କରିବା ପାଇଁ  କଟକ , ଜଗତସିଂହପୁର ଓ କଟକ ଜିଲ୍ଲାର ହଜାରହଜାର ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।  ମା’ଦକ୍ଷିଣକାଳୀ ପରିଚାଳନା ପରିଷଦ ଦ୍ୱାରା ଆୟୋଜିତ କୁସୁନପୁର ରାହାସ ମଣ୍ଡଳୀ ଦ୍ୱାରା ନିତ୍ୟ ରାହାସ , ସତ୍ୟପ୍ରିୟ ଦାସଙ୍କ ବାଗଦେବୀ ସାଂସ୍କୃତିକ ସଂଗଠନ ଓ ବନବିହାରୀ ପାତ୍ରଙ୍କ ଭଜନ ମଣ୍ଡଳୀ ଦ୍ୱାରା  ଭଜନ ସମାରୋହ ଓ ଆଧ୍ୟାତ୍ମିକ ଆଲୋଚନା ମଧ୍ୟ କରାଯାଇଥିଲା । ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ପୌରହିତରେ ଅନୁଷ୍ଠିତ ଏହି ବିଶ୍ୱଶାନ୍ତି ମହାଯଜ୍ଞରେ ପଣ୍ଡିତ ଦୁର୍ଯ୍ୟୋଧନ ପାଣିଗ୍ରାହୀ , ପଣ୍ଡିତ ରବିନ୍ଦ୍ର ନାଥ ତ୍ରିପାଠୀ,ସୀତାନାଥ ତ୍ରିପାଠୀ ,ରଘୁନାଥ ଶତପଥୀ , ପ୍ରଭାକର ଆଚାର୍ଯ୍ୟ , କାହ୍ନୁ ଚରଣ ଶତପଥୀ , ରମେଶ ଚନ୍ଦ୍ର କର , ସନାତନ ଦାସ , ହୃଷିକେଶ ଶତପଥୀ ପ୍ରମୁଖ ସମସ୍ତ ପୂଜାକାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ । ମା’କାଳୀଙ୍କ ପୂଜା ଓ ବିଶ୍ୱଶାନ୍ତି ମହାଯଜ୍ଞର କର୍ତା ଭାବରେ ଜ୍ଞାନ ବଲ୍ଲଭ ମହାନ୍ତି ଓ ସ୍ମରିତା ମହାନ୍ତି ରହିଥିବାବେଳେ ପରିଷଦର ସଭାପତି ବାସୁଦେବ ଦାସ , ସମ୍ପାଦକ ପିତାମ୍ବର ତ୍ରିପାଠୀ ,ବଟକୃଷ୍ଣ ରାଉତ , ଜ୍ଞାନ ରଂଜନ ପାତ୍ର , ରଘୁନାଥ ସାହୁ , ପୁର୍ଣ୍ଣଚନ୍ଦ୍ର ସାହୁ , ଗୁରୁଚରଣ ମିଶ୍ର , ଖଗେଶ୍ୱର ଦାସ , ପ୍ରଫୁଲ୍ଲ ଦାସ , ଅରୁଣ ନାୟକ , ଅଶ୍ୱିନୀ ମିଶ୍ର , ଅଜୟ ମହାପାତ୍ର , ଉମେଶ ନାୟକ , ସୁଶାନ୍ତ ଜେନା , ମୂରଲୀଧର ପାତ୍ର ଓ  ଅରୁଣ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *