Wednesday , June 23 2021
Breaking News
Home / ରାଜନୀତି / କୁଦାନଗରୀ ଠାରେ ଜିଲା ବିଜେଡ଼ି ଏସସି ସେଲ ବୈଠକ  

କୁଦାନଗରୀ ଠାରେ ଜିଲା ବିଜେଡ଼ି ଏସସି ସେଲ ବୈଠକ  

ଗରଦପୁର ୧୭/୦୪/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ କୁଦାନଗରୀସ୍ଥିତ ଶୁକମୁନୀ ଆଶ୍ରମ ପରିସରରେ କେନ୍ଦ୍ରାପଡ଼ା ଜିଲା ବିଜେଡ଼ି ଏସସି ସେଲ ର  ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।  ଏହି ଉପଲକ୍ଷେ ଆୟୋଜିତ ବୈଠକରେ ବିଜୁ ଜନତା ଦର ଏସସି ସେଲ ଜିଲା ସଭାପତି ଦାଶରଥି ମଲିକ , ଜିଲା ଯୁବ ବିଜୁ ଜତନତା ସଭାପତି ରାଜେସ ଦାସ, ଜିଲା କୋଷାଧ୍ୟକ୍ଷ ଶୈଳେନ୍ଦ୍ର ମହାନ୍ତି , ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଦିଲିପ କୁମାର ସେଠୀ, ପୂର୍ବତନ ଅଧ୍ୟକ୍ଷ ବାସୁଦେବ ବେହେରା, ପୂର୍ବତନ ଜିଲାପରିଷଦ ସଭ୍ୟ ସନ୍ତୋଷ କୁମାର ମାହାଳୀ, ଶୁସାନ୍ତ କୁମାର ମଲିକ, ତପନ କୁମାର ମଲିକ, ବିଜୁ ଭୋଇ , ପ୍ରମୁଖ ଯୋଗଦେଇ ଦଳିୟ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ମଜବୁତ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ବିଜେଡ଼ି ସରକାରର ବିକାଶ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବେ ବୋଲି ସଙ୍କଳ୍ପ ନେଇଥିଲେ । ବୈଠକ ଆରମ୍ଭ ରେ ସଦସ୍ୟ ମାନେ ସମ୍ବିଧାନ ପ୍ରଣେତା ବିଆର ଆମ୍ବଦକରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ରାହୁଳ ଗାନ୍ଧୀ ଙ୍କ ଜନ୍ମଦିନରେ କଂଗ୍ରେସ ତରଫରୁ ମାସ୍କ,ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନ ୧୯/୦୬/୨୦୨୧(ଓଡ଼ିଶା ସମାଚାର)-ଅଖିଳ ଭାରତ କଂଗ୍ରେସ କମିଟିର  ଯୁବନେତା ନେତା ରାହୁଳ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଭୁବନ କଂଗ୍ରେସ ତରଫରୁ …

Leave a Reply

Your email address will not be published. Required fields are marked *